ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ନିକଟତର

ଦିନକରେ ୨୧୦ ଚିହ୍ନଟ, ୧୬୮ ସୁସ୍ଥ, ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିବ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୧୦ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ସଂଖ୍ୟା ୫୯୬୨ରେ ପହଞ୍ଚିଛି। ଜୁନ୍ ମାସରେ ସଂକ୍ରମଣ ବଢ଼ିବା ନେଇ ଯେଉଁ ଆଶଙ୍କା ପ୍ରକାଶ କରାଯାଉଥିଲା ତାହା ଧୀରେ ଧୀରେ ସତ ହେବାରେ ଲାଗିଛି। ରାଜ୍ୟର ୧୦ଟି ଜିଲ୍ଲାରେ ୨ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ପ୍ରତ୍ୟେକ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି।

Childrens Choice Therapy

ଦିନକରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରେ ୧୮ଜଣ କରୋନା ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏହାବାଦ୍ ଖୋର୍ଧାରେ ୪୭, ଗଜପତି ୨୯, ବଲାଙ୍ଗୀର ୧୧, ଯାଜପୁର ଓ ପୁରୀରୁ ୮ଜଣ ଲେଖାଏ, ଢେଙ୍କାନାଳ ଓ ମୟୂରଭଞ୍ଜ ୭ଜଣ ଲେଖାଏ, ଏନ୍‌ଡିଆରଏଫ୍‌, ସୁନ୍ଦରଗଡ଼ରୁ ୬ଜଣ ଲେଖାଏ, କଟକ, କେନ୍ଦୁଝରରୁ ୫ଜଣ ଲେଖାଏ, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ଜଣ ଲେଖାଏ, ନବରଙ୍ଗପୁର ଓ ବ‌ାଲେଶ୍ବର ୨ଜଣ ଲେଖାଏ, ଦେବଗଡ଼, ସମ୍ବଲପୁର, ଅନୁଗୁଳରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରେ ୧୭୪ଜଣ ଓ ୩୬ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ଭିତରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ଏଠାରେ ଏ ପର୍ଯ୍ୟନ୍ତ ୧୦୮୮ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩୧୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସେହିପରି ଖୋର୍ଧା ୭୩୫, କଟକ ୫୧୦, ଯାଜପୁର ୪୦୧, ଗଜପତି ୩୮୪, ବାଲେଶ୍ବର ୩୨୫, ଜଗତସିଂହପୁର ୨୩୯, ପୁରୀ ୨୩୨, କେନ୍ଦ୍ରାପଡ଼ା ୨୨୩, ଭଦ୍ରକ ୨୦୦, କନ୍ଧମାଳ ୧୭୬, ମୟୂରଭଞ୍ଜ ୧୭୨, ସୁନ୍ଦରଗଡ଼ ୧୭୦, ବଲାଙ୍ଗୀର ୧୬୫, ନୟାଗଡ଼ ୧୩୫ ଓ କେନ୍ଦୁଝରରେ ୧୦୫ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୯୯୮ରେ ପହଞ୍ଚିଛି। ଆଜି ରାଜ୍ୟରେ ୧୬୮ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ୩୯, ଖୋର୍ଧା ଓ ଗଜପତି ୨୩ଜଣ ଲେଖାଏ, ପୁରୀ ୧୯, ବରଗଡ଼ ୧୩, ସୁନ୍ଦରଗଡ଼ ୮, ବାଲେଶ୍ବର ୭, ଭଦ୍ରକ ଓ ରାୟଗଡ଼ାରୁ ୫ଜଣ ଲେଖାଏ, ମାଲକାନଗିରି, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତସିଂହପୁର ଓ ସୋନପୁରରୁ ୪ଜଣ ଲେଖାଏ, ଅନୁଗୁଳ ୩, ଢେଙ୍କାନାଳ ୨ ଓ ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪୨୯୧ରେ ପହଞ୍ଚିଛି। ରାଜ୍ୟରେ ଏବେ ୧୬୪୭ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର