ଓଡ଼ିଶାର କରୋନା ଆକ୍ରାନ୍ତ ସଂଖ୍ୟା ୫୦ ହଜାର ଟପିଲା, ୨୪ ଘଣ୍ଟାରେ ୧୮୭୬ଟି ନୂଆ ସଂକ୍ରମଣ

ଭୁବନେଶ୍ୱର : ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ ହଜାର ଟପିଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୧୮୭୬ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୫୦,୬୭୨ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ। ପ୍ରାୟ ୫ ମାସ ମଧ୍ୟରେ ସଂକ୍ରମଣ ୫୦,୦୦୦ ଛୁଇଁଛି।

ଏହି ୧୮୭୬ଟି ମାମଲା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ମଧ୍ୟରୁ ୬୯୪ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୧୮୨ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଆଜି ପୁଣି ନୂତନ ସଂକ୍ରମଣ ମାମଲାରେ ଗଞ୍ଜାମକୁ ପଛରେ ପକାଇ .ଦେଇଛି ଖୋର୍ଦ୍ଧା।

The Conversation

ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୧୮୭୬ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ୨୯୭ଟି, ଗଞ୍ଜାମରୁ ୨୬୦ଟି, ସୁନ୍ଦରଗଡ଼ରୁ ୧୧୯ ଟି ମାମଲା ଚିହ୍ନଟ ହୋଇଛି । ସେହିପରି କଟକରୁ ୧୦୯ଟି, ନୟାଗଡ଼ରୁ ୧୦୫ଟି, ରାୟଗଡ଼ାରୁ ୯୮ଟି ମାମଲା ଚିହ୍ନଟ ହୋଇଛି । ସେହିପରି କୋରାପୁଟରୁ ୭୭ଟି, ଗଜପତିରୁ ୭୧ଟି ଓ ମୟୁରଭଞ୍ଜରୁ ୭୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
୧୮୭୬ ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୫୦୬୭୨ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୫୫୦୯ ଥିବାବେଳେ ୩୪୮୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୮୫ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୭୨୪୩୫୪ ଟି କରୋନା ପରୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର