ଓଡ଼ିଶା ଡିଗ୍ରି ଇଞ୍ଜିନିୟର୍ସ ଆସୋସିଏସନ୍‌ର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର : ଓଡ଼ିଶା ଡିଗ୍ରି ଇଞ୍ଜିନିୟର୍ସ ଆ‌େ‌ସାସିଏନ୍‌ର କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥସାରଥୀ ମୁଦୁଲି କହିଲେ ଯେ ଯେଉଁ ସମୟରେ ଓଡ଼ିଶାରେ ଇଞ୍ଜିନିୟରିଂ କଲେଜ, ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା ଆଦି ରସାତଳଗାମୀ ହେଉଥିଲା ସେହି ସମୟରେ ନବୀନ ପଟ୍ଟନାୟକ ଓଡ଼ିଶାର ନେତୃତ୍ବ ନେଇ ଏହି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି। ଏକ ସମୃଦ୍ଧ ରାଜ୍ୟ ଗଠନରେ ଇଞ୍ଜିନିୟରମାନଙ୍କର ପ୍ରମୁଖ ଭୂମିକା ଥାଏ। ଇଞ୍ଜିନିୟରିଂ ବିଦ୍ୟା ମାଧ୍ୟମରେ ଆମ ରାଜ୍ୟ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି। ଏହାକୁ ବଜାୟ ରଖିବାକୁ ନିଷ୍ଠାପର ଭାବେ କାର୍ଯ୍ୟ ଜାରି ରଖିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଆସୋସିଏସନ୍‌ର ସଭାପତି ଭାବେ ସୌମ୍ୟରଞ୍ଜନ ମହାପାତ୍ର ଓ ସାଧାରଣ ସମ୍ପାଦକ ଭାବେ ଗିରିଜା ଶଙ୍କର ବିଶ୍ବାଳ ମନୋନୀତ ହୋଇଥିଲେ। ବୈଠକରେ ଆସୋସିଏସନ୍‌ର ଉପଦେଷ୍ଟା ବିମଳ କୁମାର ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶକ୍ତି ପ୍ରସାଦ ରଥ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଜଗମୋହନ ବଳିୟାରସିଂହ, ସମ୍ପାଦକ ସଂସଦ କୁମାର ନାୟକ, ଲିଙ୍ଗରାଜ ମହାନ୍ତି, ଜ୍ୟୋତିରଞ୍ଜନ ଶତପଥୀ, ରମ୍ୟରଞ୍ଜନ ପାଲ, ଅନମୋଲ କୁମାର, ରୋହିତ କୁମାର, ଅରବିନ୍ଦ କାନୁନ୍‌ଗୋ, ଦେବଦତ୍ତ ମହାରଣା, ମିଲନ ର‌ାଉତରାୟ, ବିନିତ ସ୍ବାଇଁ, ବିକାଶ ମଲ୍ଲିକ, ସୁରେଶ ଜେନା ଓ ବିଶାଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର