ଡିଜି ରାଜେନ୍ଦ୍ର ଶର୍ମାଙ୍କୁ ପୁଲିସ୍‌ ଏକ୍ସିଲେନ୍ସ ଆଓ୍ଵାର୍ଡ

କଟକ : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୁଲିସ ଏକ୍ସସିଲେନ୍ସ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଫାଉଣ୍ଡେସନ୍‌ ପୁଲିସ ରିସର୍ଚ୍ଚ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଟର୍‌ନ୍ୟାସ୍‌ନାଲ ପୁଲିସ ଏକ୍ସପୋ ଆଣ୍ଡ କନ୍‌ଫରେନ୍ସ କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ କୁମାର ଗୋଏଲ୍‌ ଡିଜି ଡାକ୍ତର ଶର୍ମାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାରେ ସାଧାରଣ ଜନତାଙ୍କୁ ସେମାନଙ୍କ ଅଧିକାରର ସୁରକ୍ଷା ଦେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡାକ୍ତର ଶର୍ମାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ଏହି ଫାଉଣ୍ଡେସନ୍‌ ବିପିଆର୍‌ ଆଣ୍ଡ ଡି ସହ କାର୍ଯ୍ୟ କରୁଥିବା ବେଳେ ଜାତୀୟ ସ୍ତରରେ ସ୍ୱତନ୍ତ୍ର ମାନ୍ୟତା ରଖେ। ଡାକ୍ତର ଶର୍ମା ରାଜ୍ୟର ଏକମାତ୍ର ଆଇପିଏସ୍‌ ଅଧିକାରୀ ଭାବେ ଦ୍ୱିତୀୟ ଥର ଏଭଳି ସମ୍ମାନ ଲାଭ କରିଥିବା ବେଳେ ଏହା ରାଜ୍ୟ ପୁଲିସର ମର୍ଯ୍ୟାଦା ବଢାଇବାରେ ସହାୟକ ହୋଇପାରିଛି।

ସମ୍ବନ୍ଧିତ ଖବର