ଭୁବନେଶ୍ୱର: ଛତିଶଗଡ଼ରେ ମଙ୍ଗଳବାର ମାଓ ଆକ୍ରମଣରେ ଜଣେ ବିଧାୟକଙ୍କ ମୃତ୍ୟୁ ଓ ସିଆରପିଏଫର ୪ ଜଣ ଯବାନ ସହିଦ ପରେ ଭାରପ୍ରାପ୍ତ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ରାଜ୍ୟର ନକ୍ସଲ ପ୍ରବଣ ଜିଲ୍ଲା ଗୁଡ଼ିକର ଏସ୍‌ପି ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Advertisment

ବରିଷ୍ଠ ପୁଲିସ ମହାନିର୍ଦ୍ଦେଶକ ଶର୍ମା ରାତିରେ ନବୁଲିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଦିନ ବେଳା କୁଆଡେ ଗଲେ ସୁରକ୍ଷା କର୍ମୀଙ୍କୁ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ସପ୍ତଦଶ ନିର୍ବାଚନ ପାଇଁ ମତଦାନର ୪୮ ଘଣ୍ଟା ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ ଘଟଣା ଘଟିଛି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ବିଧାୟକ ଭୀମା ମଣ୍ଡାଭିଙ୍କ ମୃତ୍ୟୁ ଓ ୪ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ବିଧାୟକଙ୍କ ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ମାନେ ସାଥୀରେ ଥିଲେ। ଦନ୍ତେଓ୍ଵାଡା ଜିଲ୍ଲାର କୁଆଗୁଡ଼ାରେ ନିକଟରେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି।