ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବାସଂଘ ପକ୍ଷରୁ ଧାରଣା

ଭୁବନେଶ୍ବର : ୮ ଦଫା ଦାବି ପୂରଣ ନେଇ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବାସଂଘ ପକ୍ଷରୁ ଆଜି ମାହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦିଆଯାଇଛି। ସଂଘ ପକ୍ଷରୁ କରାଯାଇଥିବା ପ୍ରମୁଖ ଦାବି ଗୁଡ଼ିକ ହେଲା ଡିପ୍ଲୋମା ଇଞ୍ଜିନିୟର ମାନଙ୍କର ସହକାରୀ ଯନ୍ତ୍ରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦୋନ୍ନତି ହାର ଶତକଡ଼‌ା ୫୦ ଭାଗକୁ ବୃଦ୍ଧି, ରାଜ୍ୟ ସରକାରଙ୍କ ଅଧୀନସ୍ଥ ବିଭିନ୍ନ ବିଭାଗରେ ଅବସ୍ଥାପିତ ସମସ୍ତ ଡିପ୍ ଲୋମା ଇଞ୍ଜିନିୟରମାନଙ୍କ ନିମିତ୍ତ ସମାନ କ୍ୟାଡର ରୁଲ ପ୍ରଚଳନ, ଡିପ୍ ଲୋମା ଇଞ୍ଜିନିୟରମାନଙ୍କ ପାଇଁ ଚାରି ଥାକିଆ ଏମଏସିପି ୭, ୧୪, ୨୧ ଓ ୨୮ ବର୍ଷ ପୂରଣ ପରେ ଲାଗୁ କରାଯାଉ, ୨୦୦୪ ପରେ ନିଯୁକ୍ତ ଡିପ୍ ଲୋମା ଇଞ୍ଜିନିୟରମାନଙ୍କ ଲାଗି ପୁରୁଣା ପେନସନ ସ୍କିମ ଲାଗୁ କରିବା ଆଦି ଦାବି ସଂଘ ପକ୍ଷରୁ କରାଯାଇଥିଲା। ଆଜିର ଏହି ଆନ୍ଦୋଳନରେ ସଂଘ ସଭାପତି ଶ୍ରୀକାନ୍ତ ମହାପାତ୍ର, କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସଚିତ୍ର ମୋହନ ରାଉଳ, ସାଧାରଣ ସମ୍ପାଦକ ଶ୍ରୀଧର ବାରିକଙ୍କ ସମେତ ବହୁ ଇଞ୍ଜିନିୟର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର