ମନୋଜ ଦାସଙ୍କ ପାଇଁ ପୁଡୁ‌ଚେରିରେ ଓଡ଼ିଶା ଡାକ୍ତର

ଭୁବନେଶ୍ବର: ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାହିତ୍ୟିକ ପଦ୍ମଶ୍ରୀ ମନୋଜ ଦାସଙ୍କ ସ୍ବାସ୍ଥ୍ୟାବାସ୍ଥା ସଂପର୍କରେ ଅନୁସନ୍ଧାନ କରିବା ଲାଗି ରାଜ୍ୟ ସରକାର ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର୍‌ ଡା. ବିରଞ୍ଚି ନାରାୟଣ ମହାପାତ୍ରଙ୍କୁ ପୁଡୁଚେରି ପଠାଇଛନ୍ତି। ସେ ପୁଡୁଚେରି ଅରବିନ୍ଦ ଆଶ୍ରମସ୍ଥିତ ନର୍ସିଂହୋମ୍‌‌ରେ ଚିକିତ୍ସିତ ହେଉଥିବା ଶ୍ରୀ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ସେଠାରୁ ଫେରିଲା ପରେ ଏ ସଂକ୍ରାନ୍ତ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ଡିଏମ୍‌ଇଟି ପ୍ରଫେସର୍‌ ଡା. ସିବିକେ ମହାନ୍ତି କହିଛନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥ ସାଙ୍ଗକୁ ହାଡ଼ ଭାଙ୍ଗିଯିବା ଯୋଗୁଁ ଯଶସ୍ବୀ ଲେଖକ ଶ୍ରୀ ଦାସ ପ୍ରାୟ ୩ ମାସ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଉନ୍ନତ ଚିକିତ୍ସା ଲାଗି କିଛି ଦିନ ତଳେ କେନ୍ଦ୍ର ସରକାର ଏକ ଡାକ୍ତରୀ ଟିମ୍‌କୁ ଦାୟିତ୍ବ ଦେଇଥିଲେ।

ସମ୍ବନ୍ଧିତ ଖବର