ବିଶୋଇରେ ଓଡ଼ିଶା ଡ୍ରାଇଭର ସଂଘର ମହାମିଳନ

ବିଶୋଇ/ବିଶୋଇ (୧): ମୟୂରଭଞ୍ଜ ଜିଲ୍ଲାର ଡ୍ରାଇଭରମାନଙ୍କୁ ନେଇ ବିଶୋଇ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ମହାମିଳନ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସମେତ ବରଗଡ଼, ଯାଜପୁର, କେନ୍ଦୁଝର ଜିଲ୍ଲା ସଂଘର ବରିଷ୍ଠ କର୍ମକର୍ତ୍ତା ଏକତ୍ରିତ ହୋଇ ଭାତଛତ୍ରସ୍ଥିତ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ବାହାରି ବିଶୋଇ ବଜାରସ୍ଥିତ ବିର୍ସା ମୁଣ୍ଡା ଛକଠାରେ ପହଞ୍ଚିଥିଲେ।

ସେଠାରେ ସଂଘର ବରିଷ୍ଠ କର୍ମକର୍ତ୍ତା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଆଦିବାସୀ ନୃତ୍ୟ ଓ ଢୋଲ ବାଜାଇ ବିଶୋଇ ବଜାର ଦେଇ  ସଭା ସ୍ଥଳକୁ ପହଞ୍ଚିଥିଲେ। ମୁଖ୍ୟ ଅତିଥି ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଂଘର ରାଜ୍ୟ ଉପସଭାପତି ସୁମନ ଅଲଟିଆ, ସମ୍ପାଦକ ଚୈତନ୍ୟ ପ୍ରଧାନ, ସହସମ୍ପାଦକ ଘନଶ୍ୟାମ ବେହେରା, ମାନସ୍ ଦେବତା, ମୟୂରଭଞ୍ଜ ଜିଲ୍ଲା ଉପସଭାପତି କ୍ରିଷ୍ଣା ନାୟକ, ସମ୍ପାଦକ ଘନଶ୍ୟାମ ମହାନ୍ତ, ସହ ସମ୍ପାଦକ ଯତୀନ ମହାନ୍ତ, କୋଷାଧ୍ୟକ୍ଷ ରାଜକ୍ରିଷ୍ଣା ମହାକୁଡ଼, ବରଗଡ଼ ଜିଲ୍ଲା ସଭାପତି ନୀଳାମ୍ବର ସାହା, ସହ ସମ୍ପାଦକ ତଥା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଚରିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଆଶାରାମ ଖମାରୀ, ଯାଜପୁର ଜିଲ୍ଲା ସଂଘ ସଭାପତି ମାନସ ଦେବତା, କେନ୍ଦୁଝର ଜିଲ୍ଲା ସଂଘ ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତି, ଘସିପୁରା ବ୍ଲକ ଉପଦେଷ୍ଟା ଶିବ ପ୍ରସାଦ ପ୍ରମୁଖ ମଞ୍ଚାସୀନ ଥିଲେ। ସରକାର ଡ୍ରାଇଭର ସମାଜ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି।

ନିକଟରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୧ ଦଫା ଦାବି ପ୍ରଦାନ କରାଯାଇଥିବା ବେଳେ ସରକାର ଏହାକୁ ଗୁରୁତ୍ୱ ଦେଉ ନଥିବା ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି  ମଦମୁକ୍ତ ଡ୍ରାଇଭର ସମାଜ ଗଠନ ଲକ୍ଷ୍ୟ ନେଇ ସଂଘ ସଭାପତି ଉପସ୍ଥିତ ସମସ୍ତ ଡ୍ରାଇଭରଙ୍କୁ ସଚେତନ କରାଇଥିଲେ। ସଂଘର ଯାଜପୁର ଜିଲ୍ଲା ଉପସଭାପତି ଅମର ପତି ସଭା ପରିଚାଳନା କରିଥିବା ବେଳେ ସଂଘର ବିଶୋଇ ବ୍ଲକ ସଭାପତି ମୁରଲୀଧର ନାୟକ, ଉପସଭାପତି ସଞ୍ଜୀତ ଗିରି, ସମ୍ପାଦକ ପରୀକ୍ଷିତ ମହାନ୍ତ, ସହସମ୍ପାଦକ ରାଜକିଶୋର ମହାନ୍ତ, କୋଷାଧ୍ୟକ୍ଷ ନାରାୟଣ ଜାମୁଦା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର