‘ଇଜ୍ ଅଫ ଡୁଇଙ୍ଗ ବିଜନେସ’ ସଂସ୍କାର ଆଣିବାରେ ଓଡ଼ିଶା ଦେଶର ୭ମ ରାଜ୍ୟ

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରାଳୟ ଦ୍ବାରା ନିର୍ଦ୍ଧାରିତ ବ୍ୟବସାୟ କରିବାରେ ସୁଗମତା (ଇଜ୍ ଅଫ ଡୁଇଙ୍ଗ ବିଜନେସ) ଆର୍ଥିକ ସଂସ୍କାର ଲାଗୁ କରିବାରେ ଓଡ଼ିଶା ଦେଶର ୭ମ ରାଜ୍ୟ ହୋଇପାରିଛି । ଏହା ଫଳରେ ଓଡ଼ିଶା ଖୋଲା ବଜାରରୁ ଅତିରିକ୍ତ ୧୪୨୯ କୋଟି ଟଙ୍କାର ଋଣ ଉଠାଇବାକୁ ଯୋଗ୍ୟତା ଅର୍ଜନ କରିଛି । ଏଥିପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନସ୍ଥ ବିନିଯୋଗ ବିଭାଗ ପକ୍ଷରୁ ବୁଧବାରଦିନ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ ଓ ତେଲେଙ୍ଗାନା ଏହି ଆର୍ଥିକ ସଂସ୍କାର ଲାଗୁ କରି  ଖୋଲା ବଜାରରୁ ଅତିରିକ୍ତ ଋଣ ଉଠାଇବାକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।

ବ୍ୟବସାୟ କରିବାର ସୁଗମତା ହେଉଛି ଦେଶରେ ନିବେଶ ଅନୁକୂଳ ବ୍ୟବସାୟ ବାତାବରଣର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ । ବ୍ୟବସାୟ କରିବାରେ ସହଜରେ ଉନ୍ନତି ରାଜ୍ୟ ଅର୍ଥନୀତିର ଶୀଘ୍ର ବିକାଶକୁ ତ୍ବରାନ୍ବିତ କରିବ ଭାରତ ସରକାର ମେ ୨୦୨୦ ରେ ଏହି ସଂସ୍କାର ଆଣୁଥିବା ରାଜ୍ୟମାନଙ୍କ ପାଇଁ ଅତିରିକ୍ତ ଋଣ ଉଠାଣ ଅନୁମତି ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର