ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା ହେବ ଓଡ଼ିଶା ଅର୍ଥନୈତିକ କରିଡର

ଭୁବନେଶ୍ବର : ଓଡ଼ିଶା ଅର୍ଥନୈତିକ କରିଡର(ଓଇସି) ପୂର୍ବତଟ ଅର୍ଥନୈତିକ କରିଡର(ଇସିଇସି)ର ଏକ ଅଂଶ ବିଶେଷ। ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଛି। ପର୍ଯ୍ୟାୟକ୍ରମେ ଆସନ୍ତା ୧୦ବର୍ଷରେ ପ୍ରତିଷ୍ଠ‌ା କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତୀରେ ଶ୍ରୀ ଦେବ କହିଛନ୍ତି ଯେ ଓଇସି ହେଉଛି ରାଜ୍ୟ ସରକାର ଇଡ୍‌କୋ ଓ ଜାତୀୟ ଶିଳ୍ପ କରିଡର ବିକାଶ ଓ କାର୍ଯ୍ୟାନ୍ବୟନ ଟ୍ରଷ୍ଟ(ଏନ୍‌ଆଇସିଡିଆଇଟି) ମଧ୍ୟରେ ଏକ ମିଳିତ ଉଦ୍ୟୋଗ ଯୋଜନା। ଏହି ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଅଂଶଧନ ବାବଦରେ ଜମି ଯୋଗାଇଦେବେ। ଅନୁରୂପ ଅଂଶଧନ ବାବଦରେ ଏନ୍‌ଆଇସିଡିଆଇଟି କର୍ତୃପକ୍ଷ ୩ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଟ୍ରଙ୍କ ଭିତ୍ତିଭୂମି ବିକାଶ ପାଇଁ ଯୋଗାଇବେ। କେ-୧ରେ ସରକାରୀ ଓ ଘରୋଇ ଜମିକୁ ମିଶାଇ ୩୭୭୨.୬୩୧ ଏକର ଜମି ଅଧିଗ୍ରହଣ କରାଯାଇଛି। ସେହିପରି କେ-୨ରେ ୧୮୧୯.୩୦୮ ଏକର ଜମି ଓ ଖୋର୍ଧା ଜିଲ୍ଲା କେ-୩ ପ୍ରକଳ୍ପରେ ୫୩୨.୩୯ ଏକର ଜମି ଅଧିଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର