୨୬ରୁ ସମୂହ ଛୁଟିରେ ଯିବେ ଓଇଏସ୍‌ ଅଫିସର

ଭୁବନେଶ୍ବର : ଗତକାଲି ଆନ୍ଦୋଳନ ନେଇ ଚେତାବନୀ ଦେବା ପରେ ଆଜି ଚରମ ପଦକ୍ଷେପ ଆପଣାଇଛି ଓଡ଼ିଶା ଶିକ୍ଷା ସେବା ସଂଘ। ନଭେମ୍ବର ୨୬ରୁ ସମୂହ ଛୁଟିରେ ଯିବେ ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌) ଅଧିକାରୀ।

ସଂଘର ସାଧାରଣ ସମ୍ପାଦକ ସନାତନ ପଣ୍ଡା କହିଛନ୍ତି ଯେ ଓଇଏସ୍‌ଙ୍କୁ ଅବହେଳା କରାଯାଉଥିବା ପ୍ରତିବାଦରେ ଆଜି ପୁଣି ଏକ ବୈଠକ ବସିଥିଲା। ୨୦୧୭ ମେ’ ୩୧ ଓ ୨୦୧୮ ମେ’ ୧୭ରେ ଅର୍ଥ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶିକ୍ଷା ସେବା ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କ୍ୟାଡର୍ ପୁନର୍ଗଠନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଭ ନ କରି ଅର୍ଥ ବିଭାଗର ନାଲିଫିତା ତଳେ ଚାପି ହୋଇ ରହିଛି। ସେହିପରି ଜିଲ୍ଲା ଶିକ୍ଷା ତଥା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଶିକ୍ଷା ‌ଯୋଜନାର ତଦାରଖ ଦାୟିତ୍ବ ଦେଇଥିବା ବେଳେ ସେମାନଙ୍କ ଯାତାୟାତ ପାଇଁ ଗାଡ଼ି ବ୍ୟବସ୍ଥା କରିନାହାନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନିଆ ନଗଲେ ଶିକ୍ଷକ ଫେଡେରେସନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏହାର ସଭାପତି ହୃଦାନନ୍ଦ ଦ୍ବିବେଦୀ କହିଛନ୍ତି।

ସମ୍ବନ୍ଧିତ ଖବର