ଫଳକୁ ନେଇ ସଂଖ୍ୟା ଖେଳ : ନବୀନଙ୍କ ଦୃଢ଼ୋକ୍ତି, ୨୦୧୪ ଅପେକ୍ଷା ଭଲ କରିବୁ

ବିଜେଡି ହିସାବ ୨୮ରୁ ୨୫, ସବୁ ଲୋକସଭା ଆସନ, କଂଗ୍ରେସ କହିଲା, ୩ ଲୋକସଭା, ୧୭ ବିଧାନସଭା, ବିଜେପିର ଦାବି ୧୫ ବିଧାନସଭା ଓ ୩ ଲୋକସଭା

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍ ୪ େଲାକସଭା ଓ ୨୮ ବିଧାନସଭା ଆସନରେ କାହା ସପକ୍ଷରେ େଭାଟରଙ୍କ ରାୟ ଗଲା? ବିେଜଡି ପୂର୍ବାପେକ୍ଷା ଅଧିକ ଆସନ ଜିତିବ ନା, ବିେରାଧୀ କିଛି ଆସନରେ ବେଦଖଲ କରିବେ? ବିରୋଧୀଙ୍କୁ ମାତ୍ େଦଇ ଗତଥର ଅପେକ୍ଷା ବିେଜଡି ଅଧିକ ଆସନ ହାତେଇବ କି?

ପ୍ରଥମ ପର୍ଯ୍ୟାୟ ନିର୍ବାଚନ େଶଷ ସହିତ ଏଭଳି କିଛି ପ୍ରଶ୍ନ ଉପରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟବେକ୍ଷକ ମହଲ ଅଙ୍କକଷା ଆରମ୍ଭ କରିଛନ୍ତି। ବିଭିନ୍ନ ସଂସ୍ଥା ଏକଜିଟ୍ େପାଲ କରିଥିଲେ ହେଁ, ନିର୍ବାଚନ କମିସନଙ୍କ କଟକଣା କାରଣରୁ ଏହାକୁ ପ୍ରକାଶ କରିପାରିନାହାନ୍ତି।

ଏଣୁ ସ୍ବାଭାବିକ ଭାବେ ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ବଢ଼ିଛି। ଏମିତି ସମୟରେ ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକଙ୍କ ବିବୃତି ସାମ୍ନାକୁ ଆସିଛି। ରାଜ୍ୟରେ ଅପରାହ୍ନ ୫ଟା ସୁଦ୍ଧା ୬୬ ପ୍ରତିଶତ େଭାଟର ମତଦାନ କରିଥିବା ପରିପ୍ରେକ୍ଷୀରେ ନବୀନ ସମସ୍ତଙ୍କୁ ଧନ୍ୟବାଦ େଦଇଛନ୍ତି। ଏଥିସହିତ ଫଳାଫଳକୁ ନେଇ ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭବିଷ୍ୟବାଣୀ କରି କହିଛନ୍ତି, ୨୦୧୪ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବ ବିଜେଡି।

ନବୀନଙ୍କ ଏହି ଇସାରା ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଅନେକ େଖାରାକ େଯାଗାଇଛି। ଗତଥର ଏହି ପର୍ଯ୍ୟାୟରେ ବିଜେଡି େଯତିକି ଆସନ ଜିତିଥିଲା, ତା’ ଠାରୁ ଏଥର ଦଳ ଅଧିକ ଆସନ ଜିତିବ େବାଲି ନବୀନ ଠାରିଛନ୍ତି େବାଲି ବିେଜଡିର ତୁଙ୍ଗ ନେତାମାେନ କହିଛନ୍ତି। ତେବେ ଗଣମାଧ୍ୟମରେ ବରିଷ୍ଠ େନତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ୪ଟି ଯାକ େଲାକସଭା ଆସନରେ ବିେଜଡି ଜିତିବ। କେବଳ ସେତିକି ନୁହେଁ, ୨୮ଟି ବିଧାନସଭାରୁ ୨୫ଟି ଦଖଲ କରୁଛି ବିଜେଡି। ବାକି ଆସନ ଗୁଡିକ କଂଗ୍ରେସ ଓ ବିଜେପି ଭାଗ କରି ନେବେ ବୋଲି କହିଛନ୍ତି ସୂର୍ଯ୍ୟ। ନିଜେ ମଧ୍ୟ ଜିତିବେ ବୋଲି ଦମ୍ଭ ଦେଖାଇଛନ୍ତି।

ଜୟପୁର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂ‌େଗ୍ରସ େନତା ତାରାପ୍ରସାଦ ବାହିନୀପତି ଭୋଟଗ୍ରହଣ ପରେ ଯେଉଁ ବୟାନ ଦେଇଛନ୍ତି ତାହା କଂଗ୍ରେସ ଶିବିରରେ ନୂଆ ଆଶାର କିରଣ ଉଦୟ କରିଛି। ତାରାଙ୍କ ଅଙ୍କ କହୁଛି, ୨୮ ବିଧାନସଭା ଆସନରୁ ୧୭ଟିରେ କଂଗ୍ରେସ ବିଜୟ ହାସଲ କରିବ। ୪ ଲୋକସଭା ଆସନରୁ ତିନିଟିରେ ହାରିବ ନାହିଁ େବାଲି ସେ ଦୃଢ଼ ମତ ରଖିଛନ୍ତି। ଅନ୍ୟ ଦଳର ନେତା ଯାହା କହୁଛନ୍ତି ସେଥିରେ ଟ୍ୟାକ୍ସ ଲାଗୁନାହିଁ ବୋଲି ସେ କଟାକ୍ଷ କରିଛନ୍ତି।

ବିଜେପି ମଧ୍ୟ ଏ ଦୌଡ଼ରୁ ପଛରେ ନାହିଁ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଦଳ ପକ୍ଷରୁ ସୁରଥ ବିଶ୍ବାଳ ପ୍ରତିପକ୍ଷଙ୍କ ସହିତ ତାଳ ଦେଇ କେତେ ସଂଖ୍ୟାର ଆସନ ଦଖଲ କରିବେ େସ େନଇ ଅନ୍ଦାଜ ଲଗାଇଛନ୍ତି। ତାଙ୍କ ସୂଚନା କହୁଛି, ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୩ଟି େଲାକସଭା ଆସନରେ ଗେରୁଆ ବାନା ଉଡ଼ିବ। ୨୮ଟି ବିଧାନସଭା ଆସନରୁ ପ୍ରାୟ ୧୫ଟି ଆସନରେ ପଦ୍ମ ଫୁଟିବ। ଦଳ ଏ ନେଇ େବଶ୍ ଆଶାବାଦୀ ରହିଛି।

ଉଲ୍ଲେଖଯୋଗ୍ୟ, େମ’ ୨୩ ତାରିଖରେ େଭାଟଗଣନା େହବ ଓ ସେହିଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର