ଠିକ ସମୟରେ ପାଖରେ ପହଞ୍ଚିବ ଗାଡି ମେକାନିକ୍‌, ଓଡ଼ିଆ ପୁଅ ଆରମ୍ଭ କଲେ ମୋବାଇଲ ଆପ୍‌ ‘ଗୋ ସ୍ପିଡି ଗୋ’

ଭୁବନେଶ୍ୱର : ଯାନବାହାନଗୁଡ଼ିକୁ ଆବଶ୍ୟକ ସମୟରେ ମେକାନିକ ସେବା ମିଳିବା ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ପୁଣି ଯାତ୍ରା କରୁଥିବା ସମୟରେ ମଝିରାସ୍ତାରେ ଗାଡ଼ି ଖରାପ ହୋଇଗଲେ ତ କଥା ସରିଲା । ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି ଜଣେ ଓଡ଼ିଆ ପୁଅ ସଚିନ ଭୋଇ । ଏଥିପାଇଁ ସେ ‘ଗୋ ସ୍ପିଡି ଗୋ’ ନାମକ ଆପ ଆରମ୍ଭ କରିଛନ୍ତି । ଏହି ଆପ ମାଧ୍ୟମରେ ଆପଣଙ୍କ ଗାଡ଼ି ପାଖରେ ଠିକ ସମୟରେ ମେକାନିକ ସେବା ପହଞ୍ଚିବ । ଏବେ ସେ ଓଡ଼ିଶା ସମେତ ୬ ଟି ରାଜ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତ୍ରିପୁରା,ଛତିଶଗଡ଼, ଝାଡ଼ଖଣ୍ଡ ରେ ସେବା ଯୋଗାଉଛନ୍ତି । ଓଡ଼ିଶାରେ ୯୦ଟି ଓ୍ଵାର୍କସପ ସହ ସହବନ୍ଧନ କରିଛନ୍ତି । ଏହି ୬ଟି ରାଜ୍ୟରେ ମୋଟ ପ୍ରାୟ ୨୦୦୦ ଓ୍ଵାର୍କସପ ସହ ସହବନ୍ଧନ କରିଛନ୍ତି । ଆଗାମୀ ୧୦ ବର୍ଷରେ ସେ ସାରା ଦେଶକୁ ନିଜର ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଏହି ଆପଟି ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ଭର୍ସନରେ ଉପଲବ୍ଧ ହେଉଛି । ନିଜର ଏହି କମ୍ପାନିରେ ସେ ଏପର୍ଯ୍ୟନ୍ତ ୧୫୦ କୋଟି ଟଙ୍କା ନିବେଶ କରିଛନ୍ତି ।

ସମ୍ବନ୍ଧିତ ଖବର