କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ: ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଡାକ୍ତର ଏବଂ ପୁଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜସେବା କରିବାକୁ ଆଗେଇ ଆସିଛନ୍ତି । ଘରୁ ଗୋଡ଼ କାଢି ଅସହାୟଙ୍କୁ ସହାୟତା ଦେବାକୁ, ଲୋକଙ୍କୁ ସଚେତନ କରିବାକୁ ମହିଳାଙ୍କ ଅବଦାନ ବେଶ ପ୍ରଶଂସନୀୟ ବୋଲି ମିଶନ ଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ୍ କହିଛନ୍ତି ।

ତେବେ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ସ୍ଥାନରେ ତେଜରାତି ଦୋକାନ ଖୋଲିବା ସହ ଲୋକଙ୍କ ପାଖରେ ମୋବାଇଲ ଭ୍ୟାନ ଜରିଆରେ ସେବା ପହଞ୍ଚାଇଛନ୍ତି । ଅସହାୟଙ୍କୁ ରନ୍ଧାଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମିଶନ ଶକ୍ତିର ମହିଳାମାନେ ବି ବିଭିନ୍ନ ଜିଲ୍ଲାରେ ରନ୍ଧାଖାଦ୍ୟ ଯୋଗାଇଛନ୍ତି । ଆଜି ପର୍ଯ୍ୟନ୍ତ ୨୫ ଲକ୍ଷ ରନ୍ଧାଖାଦ୍ୟ ଅସହାୟଙ୍କୁ ଯୋଗାଇଥିବା ବେଳେ ଆଗକୁ ମଧ୍ୟ ମହିଳାମାନେ ଏହି କାମ ଜାରି ରଖିବେ । ତେବେ ବଜାରରେ ଯେତେବେଳେ ମାସ୍କର ଅଭାବ ଦେଖା ଦେଇଥିଲା, ସେତେବେଳେ ମହିଳାମାନେ ଲୋକଙ୍କ ପାଖରେ ମାସ୍କ ପହଞ୍ଚାଇବାକୁ ନିଜେ ସିଲେଇ କରି ମାସ୍କ ବାଣ୍ଟିଥିଲେ । ଆଜି ସୁଦ୍ଧା ବିଭିନ୍ନ ସ୍ଥାନରେ ଲୋକଙ୍କୁ ୧୨ ଲକ୍ଷ ମାସ୍କ ଯୋଗାଇଲେଣି ମହିଳା ।

Ommcom News

ତେବେ କରୋନା ମୁକାବିଲା ପାଇଁ ଏବଂ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି । ତେଣୁ ଏହି କ୍ଷେତ୍ରରେ ମହିଳାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ବାହାରେ ଲୋକଙ୍କୁ ପୁଲିସ ଜଗିବାପରି ଘର ଭିତରେ ବି ମହିଳାମାନେ ସବୁ ପୁଲିସ ହେବା ଦରକାର । ମାଆମାନେ ଘରର ପୁଲିସ ହୋଇ ନିଜ ପରିବାର ସଦସ୍ୟଙ୍କୁ ବାହାରକୁ ନ ବାହାରିବା ପାଇଁ କହିବେ । ଆବଶ୍ୟକ ନଥିଲେ ଅଯଥାରେ ବାହାରକୁ ବାହାରିବେନି । ସବୁଦିନ ସଜ ପରିବା ବଜାରରୁ ଆଣିବା ଏଭଳି ସମୟରେ ଟିକେ ଦୂରାନ୍ତୁ । ତେବେ କରୋନା ଔଷଧ ଆମ ହାତରେ ଅଛି, ତେଣୁ ଘରେ ରହି କରୋନାକୁ ହରାଇବାକୁ ମାଆମାନଙ୍କୁ ସୁଜାତା କାର୍ତ୍ତିକେୟନ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର