ବଜେଟ୍‌ ସ୍ବତନ୍ତ୍ର : ଓଡ଼ିଶା ଚଳଚ୍ଚିତ୍ର ନିଗମକୁ ୨୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ

ରାଉରକେଲା ୨୦ ହଜାର ଲୋକ ଦେଖିପାରିବା ଭଳି ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ଟଙ୍କା।

ହସ୍ତତନ୍ତ କ୍ଷେତ୍ର ପାଇଁ ୩୬ କୋଟି ଟଙ୍କା, ହସ୍ତଶିଳ୍ପ କ୍ଷେତ୍ର ପାଇଁ ୩୦ କୋଟି, ବସ୍ତ୍ର ଓ ବୟନଶି​​ଳ୍ପ କ୍ଷେତ୍ର ପାଇଁ ୯ କୋଟି ଟଙ୍କା ଏବଂ ରେଶମ ଶିଳ୍ପ କ୍ଷେତ୍ର ପାଇଁ ୯ କୋଟି ଖର୍ଚ୍ଚ ଲକ୍ଷ୍ୟ ରହିଛି।
ଜଙ୍ଗଲ କ୍ଷେତ୍ର ପାଇଁ ୧୮୫୪ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ନିଷ୍ପତ୍ତି।
୨୦୨୦-୨୧ ଆର୍ଥିକ ବର୍ଷରେ ୫୦୦ କୋଟିର ବ୍ୟୟବରାଦ ଯୋଜନା ରହିଛି।
ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ୩୪୯ କୋଟି ଟଙ୍କା ଖର୍ଚ୍ଚ ହେବ।
ପର୍ଯ୍ୟଟନର ପ୍ରସାର ପାଇଁ ୮୩ କୋଟି ଟଙ୍କା ବିନିଯୋଗ ହେବ।

ରାଉରକେଲା ୨୦ ହଜାର ଲୋକ ଦେଖିପାରିବା ଭଳି ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ଟଙ୍କା।
କ୍ରୀଡ଼ା ଶିକ୍ଷାର ପ୍ରୋତ୍ସାହନ ପାଇଁ ୧୦୯ କୋଟି ଟଙ୍କା ଖର୍ଚ୍ଚ ହେବ।
ଖେଲୋ ଇଣ୍ଡିଆକୁ ରାଜ୍ୟ ସହାୟତା ବାବଦରେ ଖର୍ଚ୍ଚ ହେବ ୧୧ କୋଟି ଟଙ୍କା।
ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, କଟକରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ ୮ କୋଟି ଟଙ୍କା ବ୍ୟୟ ବରାଦ ଲକ୍ଷ୍ୟ।

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ପାଇଁ ୪୪୧କୋଟି
ସ୍ବତନ୍ତ୍ର ସମସ୍ୟା ପାଣ୍ଠି ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୧୮୦ କୋଟି ଟଙ୍କା ଦେବା ଲାଗି ପ୍ରସ୍ତାବ।
ବିଜୁ କେବିକେରେ ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ।
ସ୍ବାଭିମାନ ଅ଼ଞ୍ଚଳରେ ସେତୁ ଯୋଜନା ଲାଗି ୫୦ କୋଟି ଟଙ୍କାର ବ୍ୟୟବରାଦ।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୫୧ କୋଟି ବିନିଯୋଗ ଲକ୍ଷ୍ୟ।

ସମ୍ବନ୍ଧିତ ଖବର