ୟେସ୍‌ ବ୍ୟାଙ୍କରେ ଫସିଛି ଶ୍ରୀମନ୍ଦିରର ୫୪୫ କୋଟି : ମହାପ୍ରଭୁଙ୍କ ଟଙ୍କା ଫେରାଅ

କେନ୍ଦ୍ରକୁ ‌ଚିଠି ଲେଖିଲେ ରାଜ୍ୟ ଅର୍ଥମନ୍ତ୍ରୀ, ରିଜର୍ଭ ବ୍ୟାଙ୍କକୁ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ

ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା କିପରି ଫେରିବ ସେଥିପାଇଁ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର। ଟଙ୍କା ଫେରସ୍ତ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେପରି କଟକଣା ଜାରି କରିଛି ତାକୁ କୋହଳ କରିବାକୁ ସରକାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ମହାପ୍ରଭୁଙ୍କ ଟଙ୍କା ଫେରସ୍ତ ପାଇଁ ରିଜର୍ଭ ବ୍ୟାଙ୍କକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ଲାଗି ଚିଠିରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଅନୁରୋଧ କରିଛନ୍ତି।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ହିନ୍ଦୁମାନଙ୍କର ପବିତ୍ର ତୀର୍ଥସ୍ଥଳୀ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ ଅନୁଯାୟୀ ମନ୍ଦିର ପରିଚାଳନା କମିଟି ପରିଚାଳିତ ହୋଇଥାଏ। ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ସମ୍ପାଦିତ ହୁଏ। ଏଥିପାଇଁ ବିଭିନ୍ନ ପ୍ରକାର ପାଣ୍ଠି ଯଥା, ପ୍ରତିଷ୍ଠା ପାଣ୍ଠି, କର୍ପସ୍‌ ପାଣ୍ଠି ଏବଂ ମନ୍ଦିର ପାଣ୍ଠି ଅର୍ଥର ପରିଚାଳନା ଭାର ଶ୍ରୀମନ୍ଦିର ପ୍ରଶାସନ ହାତରେ ନ୍ୟସ୍ତ କରାଯାଇଛି। ସେଥିରୁ ୫୪୫ କୋଟି ଟଙ୍କା ପୁରୀ ସ୍ଥିତ ୟେସ୍‌ ବ୍ୟାଙ୍କରେ ଦୀର୍ଘ ମିଆଦି ଜମା ଆକାରରେ ରଖାଯାଇଛି। ଏହି ଜମାରାଶିର ମିଆଦ ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। କିନ୍ତୁ ଏହା ଭିତରେ ୟେସ୍‌ ବ୍ୟାଙ୍କର ସଂକଟ ସ୍ଥିତିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛି। ଆଇନ ମୁତାବକ ଶ୍ରୀମନ୍ଦିର ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ହେଉଛି ବୈଧାନିକ ସଂସ୍ଥା, ଯାହା ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ବାସ ଯୋଡ଼ି ହୋଇ ରହିଛି।

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଆଜି ଭୁବନେଶ୍ବର ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ‌ସୁଧ ସହିତ ଫେରାଇବା ଲାଗି ଅୁନରୋଧ କରିଛନ୍ତି।

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଆଜି ଭୁବନେଶ୍ବର ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ‌ସୁଧ ସହିତ ଫେରାଇବା ଲାଗି ଅୁନରୋଧ କରିଛନ୍ତି।

ସମ୍ବନ୍ଧିତ ଖବର