ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଲାଭାଂଶ ପ୍ରଦାନ କଲା ଜଙ୍ଗଲ ନିଗମ

ଭୁବନେଶ୍ବର : ଓଡ଼ିଶା ଜଙ୍ଗଲ ନିଗମ ୨୦୧୭-୧୮ ଆର୍ଥିକ ବର୍ଷରେ ୧୯ କୋଟି ୬୮ ଲକ୍ଷ ଟଙ୍କା ଲାଭ କରିଛି । ଏଥିପାଇଁ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଗମ ପକ୍ଷରୁ ଲାଭାଂଶ ପ୍ରଦାନ କରାଯାଇଛି । ସଚିବାଳୟରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୨କୋଟି ୯୫ ଲକ୍ଷ ୨୨ ହଜାର ୭୬୨ କୋଟି ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ବର୍ତ୍ତମାନ ନିଗମର ପେଡ୍ ଅପ ଇକ୍ୟୁଟି ପୁଞ୍ଜି ବାବଦରେ ରାଜ୍ୟ ସରକାର ୫ କୋଟି ଟଙ୍କା ବିନିଯୋଗ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ନିଗମ ୭୯୭ କୋଟି ୨୫ ଲକ୍ଷ ଟଙ୍କାର କାରବାର କରିଥିଲା ।

ସମ୍ବନ୍ଧିତ ଖବର