ଗାଁ ସାଥୀ ସଂଘର ଅହୋରାତ୍ର ଧାରଣା ଆରମ୍ଭ

ଭୁବନେଶ୍ୱର : ମାସିକ ସର୍ବନିମ୍ନ ୬ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦାବି ନେଇ ଆଜିଠାରୁ ବିଧାନସଭା ସମ୍ମୁଖରେ ଧାରଣା ଆରମ୍ଭ କରିଛି ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି। ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଗାଁ ସାଥୀମାନେ ଲୋୟର ପିଏମ୍‌ଜିରେ ଆନ୍ଦୋଳନରେ ବସିଛନ୍ତି। ସଂଘର ଦାବି ମଧ୍ୟରେ ରହିଛି, ଆସନ୍ତା ୨୦ତାରିଖରେ ସଂଘ ପକ୍ଷରୁ ଏକ ବଡ଼ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦାବି ପୂରଣ ନ ହେଲେ ଉପ-ନିର୍ବଚାନ ହେବାକୁ ଥିବା ବିଜେପୁରରେ ଭୋଟ ଦାନକୁ ଗାଁ ସାଥୀମାନେ ବର୍ଜନ କରିବେ। ଏହାସହ ଗାଁ ସାଥୀମାନେ ଗାଁ ଗାଁ ବୁଲି କର୍ମଚାରୀଙ୍କ ପ୍ରତି ହୋଇଥିବା ଅବିଚାର ସଂପର୍କରେ ଲୋକମାନଙ୍କୁ ସୂଚନା ଦେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଧାରଣାରେ ରାଜ୍ୟ ସଂପାଦକ ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ, ବନମାଳୀ ଜେନା, ପବିତ୍ର ସୁନ୍ଦରାୟ, ପ୍ରଶାନ୍ତ ବାରିକ, କୈଳାସ ଭତ୍ରା, ସାଗର ମାନସିଂ, ଖଗେଶ୍ୱର ପଲେଇ, ରଶ୍ମିତା ଜେନା, ତପନ ମହାନ୍ତି, ସୁଦର୍ଶନ ଜେନା, ଏବି ଶେଖାଓ୍ଵତ, ଶଶଧର ସେଟୀ, ଆରତୀ କାଣ୍ଡି, ରୋଜି ବଳବନ୍ତରାୟ, କୁମୁଦିନୀ ପତି ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର