ଅମ୍ପାନ ବାତ୍ୟା ସହାୟତା ବାବଦରେ ଓଡ଼ିଶା ପାଇଲା ଆଉ ୧୨୮ କୋଟି

ଭୁବନେଶ୍ବର : କେନ୍ଦ୍ର ସରକାର ଅମ୍ପାନ ବାତ୍ୟା ସହାୟତା ବାବଦରେ ୧୨୮.୨୩ କୋଟି ଟଙ୍କା ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି । ଗତ ମେ ମାସରେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧିନରେ ଓଡ଼ିଶାକୁ ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ।
ଚଳିତ ବର୍ଷ ମେ ମାସରେ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଥିବା ଓଡ଼ିଶା ବାତ୍ୟା ସହନକ୍ଷମ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ୨୦ ହଜାର କୋଟିର ସହାୟତା ମାଗିଥିଲା ।

ପ୍ରାକୃତିକ ଦୁର୍ବିପାକଜନିତ କ୍ଷୟକ୍ଷତି ସହାୟତା ବାବଦରେ କେନ୍ଦ୍ର ସରକାର ୫ଟି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରକୁ ମୋଟ ୪୩୮୨ କୋଟିର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

 

 

ସମ୍ବନ୍ଧିତ ଖବର