ରେଳ ପାଇଁ ଓଡ଼ିଶାକୁ ୫୯୯୩ କୋଟି, ଗତବର୍ଷ ତୁଳନାରେ ୧୪.୧୦% ଅଧିକ ଅର୍ଥ

ପୂର୍ବତଟ ରେଳପଥକୁ ମିଳିଲା ୭୨୨୨ କୋଟି, ଷ୍ଟେସନ ଚକାଚକ ପାଇଁ ୧୮୦ କୋଟି ଟଙ୍କା, ୫ ନୂଆ କ୍ଷେତ୍ର ପାଇଁ ସର୍ଭେ,୧୦ ଫ୍ଲାଇଓଭର ସାମିଲ, ଭୁବନେଶ୍ବର ଵାସିଂ ପ୍ଲାଣ୍ଟକୁ ୨ ଅଟୋମେଟିକ୍ କୋଚ୍

ଭୁବନେଶ୍ବର : ୨୦୧୭-୧୮ରେ େକନ୍ଦ୍ର ସରକାର ଓଡ଼ିଶାର େରଳ ବିକାଶ ପାଇଁ ୫୧୦୨ େକାଟି ଟଙ୍କାର ଆକଳନ କରିଥିଲେ। ୨୦୧୮-୧୯ରେ ରାଜ୍ୟ ପାଇଁ େରଳ ବଜେଟ୍ ବ୍ୟୟବରାଦ ଥିଲା ୫୨୫୨ େକାଟି। ୨୦୧୯-୨୦ ଅନ୍ତରୀଣ ବଜେଟରେ ୫୯୪୦ େକାଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ। ଗତ ୫ ତାରିଖ ଦିନ େକନ୍ଦ୍ର ରେଳମନ୍ତ୍ରୀ ପୀୟୂଷ େଗାୟଲ େଯଉଁ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରିଛନ୍ତି, ଏହାର ପରିମାଣ ବଢି ୫ ହଜାର ୯୯୩ େକାଟିକୁ ଛୁଇଁଛି। ଅର୍ଥାତ୍ ଗତବର୍ଷ ତୁଳନାରେ ଓଡ଼ିଶା େକ୍ଷତ୍ରରେ ବ୍ୟୟବରାଦ ୧୪.୧୦% ବଢିଛି।

ଅନ୍ୟପକ୍ଷରେ ଏଥର ପୂର୍ବତଟ େରଳପଥକୁ ୭ହଜାର ୨୨୨ େକାଟି ଟଙ୍କା ବରାଦ କରାଯାଇଛି। ପୂର୍ବବର୍ଷ ଏହାର ପରିମାଣ ଥିଲା ୭୦୧୦ େକାଟି ଟଙ୍କା।

ତେବେ ଉଦବେଗର ବିଷୟ ହେଲା ଯେ ବ୍ୟୟ ବରାଦ ସିନା ବଢିଛି, ରାଜ୍ୟ ସରକାର ଅର୍ଥ ଓ ମାଗଣା ଜମି େଯାଗାଇ ଦେବା ଲାଗି ପ୍ରତିଶ୍ରୁତି ଦେବା ପରେ ବି େରଳ ମନ୍ତ୍ରାଳୟ କାହିଁକି କେଜାଣି ଜୟପୁର-ମାଲକାନଗିରି ୧୩୦ କିେଲାମିଟର େରଳପଥର ବିକାଶ ପାଇଁ ଏବର୍ଷ ମାତ୍ର ୭୦ େକାଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଜୟପୁର-ନବରଙ୍ଗପୁର ୩୮ କିେଲାମିଟର େରଳପଥ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଛି। ଏହି ପ୍ରକଳ୍ପ ଲାଗି ୧୦ େକାଟି ଟଙ୍କା ରଖାଯାଇଛି। ଗତବର୍ଷ ମାନଙ୍କରେ ଦିଆଯାଇଥିବା ଅର୍ଥ ଖର୍ଚ୍ଚ େହାଇନାହିଁ ନା ଏହାର କାରଣ ଆଉ କିଛି, ତାହାର ତର୍ଜମା ଆବଶ୍ୟକ। ସେହିଭଳି ନୂଆପଡା-ଗୁଣୁପୁର ନିଉ ବ୍ରଡ୍ ‌େଗଜ୍ (୭୯.୧୫ କିେଲାମିଟର), ଯାହା ଥେରୁବାଲି ପର୍ଯ୍ୟନ୍ତ ଯିବ େସଥିଲାଗି ୧୦ ଲକ୍ଷ ଟଙ୍କା ଦିଆଯାଇଛି। କୌଣସି ନୂଆ େଟ୍ରନ୍ କିନ୍ତୁ ନାହିଁ।

ପୂର୍ବତଟ େରଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯାତ୍ରୀଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ ପାଇଁ ବଜେଟରେ ୧୮୦ େକାଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଯଦିଓ ଏହାର ପରିମାଣ େବଶ୍ ଆଖିଦୃଶିଆ, ଏଥିରେ କି କି ନୂଆ ସୁବିଧା ଯାତ୍ରୀଙ୍କୁ ମିଳିବ, ତାହା କୁହାଯାଇନାହିଁ। ୫ଟି ନୂଆ ପ୍ରକଳ୍ପର ସର୍ଭେ େଘାଷଣା କରିଛନ୍ତି େରଳ ମନ୍ତ୍ରୀ। େକନ୍ଦୁଝର ନିକଟବର୍ତୀ ବାଘୁଆପାଳରେ ଫ୍ଲାଇ ଓଭର ନିର୍ମାଣ େହବ। େକାଚ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବରାଦ େହାଇଛି।

ଭୁବନେଶ୍ବର ଓ େଖାର୍ଧା େରାଡକୁ ବାଦ ଦେଇ ରାଜ ଆଠଗଡରୁ କାଇପଦର େରାଡ ପର୍ଯ୍ୟନ୍ତ େରଳ ଲାଇନ୍ ସର୍ଭେ ପ୍ରକଳ୍ପର ଚିନ୍ତା କରିଛନ୍ତି େକନ୍ଦ୍ର ସରକାର। ଲେବଲ କ୍ରସିଂ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ଉପରେ ଗୁରୁତ୍ବ ଦେବାକୁ ଯାଇ େରଲ ବଜେଟରେ ୧୦ଟି ଫ୍ଲାଇ ଓଭର ବା ଉଡନ୍ତା ପୋଲର ପରିକଳ୍ପନା କରାଯାଇଛି। ରାଜ୍ୟରେ ଏବେ ପାଖାପାଖି ୫୫୦ ଟି ଲେବଲ କ୍ରସିଂ ଥିଲେ ହେଁ, ଏଥି ମଧ୍ୟରୁ ୫୦ଟି ପାଖାପାଖି ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ପରିପ୍ରେକ୍ଷୀରେ ଫ୍ଲାଇ ଓଭର ଆବଶ୍ୟକ।

ଏଥର ଟିଟଲାଗଡ, ସିଂହପୁର େରାଡ, ହରିଦାସପୁର, େକାରାପୁଟ, ସମ୍ବଲପୁର, ମାଛପୁର (କଟକ ନିକଟରେ), ଯାଜପୁର େରାଡ, ସମ୍ବଲପୁର ସିଟି, ସାରଳା (ସମ୍ବଲପୁର) ଓ େଗାପାଳପୁର େପାର୍ଟ ନିକଟରେ ଫ୍ଲାଇ ଓଭର ପାଇଁ ସର୍ଭେ େହବ। ଅର୍ଥାତ୍ େକନ୍ଦ୍ର ସରକାର ଏହାକୁ ନୀତିଗତ ମଞ୍ଜୁରି େଦଇଛନ୍ତି। ଖୁବ୍ ଶୀଘ୍ର ଏହି ପ୍ରକଳ୍ପ ପାଇଁ ଅର୍ଥ ବରାଦ ହେବ।
େକାଲିଆରି େଦଇ ତାଳଚେର ଠାରୁ ଅନୁଗୁଳ ଏକ କର୍ଡ ଲାଇନ୍ କଥା କୁହାଯାଇଛି। ଏହାଦ୍ବାରା ଇଞ୍ଜିନ ବଦଳ ଭଳି ସମସ୍ୟା ରହିବ ନାହିଁ ଓ ଅଧିକ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ପଥ ସୁଗମ ହେବ। ଟିଟଲାଗଡ ନିକଟରେ ଥିବା ରାହେନବାଟରୁ ସିକ୍ରି ବାଇପାସ୍ ନିର୍ମାଣ କରାଯିବ। ଫଳରେ ଏହି ତିନିଟି ଯାକ େଷ୍ଟସନର ଉନ୍ନତୀକରଣ େହବ। ଯାତ୍ରୀ ପରିବହନର ସୁବ୍ୟବସ୍ଥା କରିବା ଲାଗି କଟକ ଠାରେ ମାଲଗାଡି ପାଇଁ ପୃଥକ୍ ଏକ ଫ୍ଲାଇ ଓଭର ନିର୍ମାଣ େହବ। ଏହା ଉଭୟ ତାଳଚେର ଓ ପାରାଦୀପକୁ ସଂଯୋଗ କରିବ। ଫଳରେ ମାଲ ପରିବହନ ପାଇଁ ପାସେଞ୍ଜର ଓ ଏକ୍ସପ୍ରେସ େଟ୍ରନକୁ ଦୀର୍ଘ ସମୟ ଧରି ରହିବାକୁ ପଡୁଛି, ସେଥିରେ ସୁଧାର ଆସିବ।

ଭୁବନେଶ୍ବର ୨ଟି ଅଟୋମେଟିକ୍ େକାଚ୍ ଵାସିଂ ପ୍ଲାଣ୍ଟ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ଏହା ପ୍ରଥମ। ଏବେ େଲାକ ଵାସିଂ କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହା ଭିନ୍ନ େକାଚ୍ ରକ୍ଷଣାବେକ୍ଷଣ େକ୍ଷତ୍ରରେ ପୂର୍ବତଟ େଜାନ୍ କର୍ତ୍ତୃପକ୍ଷଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି।

ବଜେଟରେ ସବୁଠାରୁ ଅଧିକ ଅର୍ଥ ଝାରସୁଗୁଡା-ବରପାଲି ପାଇଁ ୧୪୦୦ େକାଟି ଟଙ୍କା େଦଇଛନ୍ତି େକନ୍ଦ୍ର ଅର୍ଥମନ୍ତ୍ରାଳୟ। ସେହିଭଳି ୪୦୦ େକାଟି ଟଙ୍କା ହରିଦାସପୁର-ପାରାଦୀପ (୮୨ କିେଲାମିଟର) େରଳପଥକୁ ଦିଆଯାଇଛି। ତାଳଚେର-ବିମଳାଗଡ (୧୫୪ କିେଲାମିଟର) େରଳପଥକୁ ଗତବର୍ଷ ଠାରୁ ୨୦୦ େକାଟି ଟଙ୍କା କମ୍ ପ୍ରଦାନ କରାଯାଇଛି। ପୂର୍ବବର୍ଷ ୩୫୦ େକାଟି ଟଙ୍କା ମିଳିଥିଲା, ଏବର୍ଷ ଏହାକୁ ୧୫୦ େକାଟିକୁ କମାଇ ଦିଆଯାଇଛି। ତାଳଚେର-ଅନୁଗୁଳ ନୂଆ େରଳଲାଇନ୍ ପାଇଁ ଅନ୍ତରୀଣ ବଜେଟରେ ୧ େକାଟି ଟଙ୍କା ଦିଆଯାଇଥିଲା, ଏହାକୁ ପୂର୍ଣ୍ଣାଙ୍ଗ ବଜେଟରେ ୧୦ଲକ୍ଷକୁ କମାଇ ଦିଆଯାଇଛି। କଳାହାଣ୍ଡି ଇେଲକ୍ଟ୍ରିକ୍ ଇଞ୍ଜିନ୍ ଵାର୍କସପ୍ େକ୍ଷତ୍ରରେ ମଧ୍ୟ ଅନ୍ତରୀଣ ବଜେଟରେ ସାେଢ ୪ େକାଟି ଟଙ୍କା ଦିଆଯାଇଥିବା ବେଳେ ଏହାକୁ ପୂର୍ଣ୍ଣାଙ୍ଗ ବଜେଟରେ ୧ େକାଟିକୁ କମିଛି।

ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥର ଓଡ଼ିଶା ଲାଗି ବଜେଟ୍ ପ୍ରସ୍ତୁତି ବେଳେ ମୁଖ୍ୟତଃ ମାଲ ଓ ଯାତ୍ରୀ ପରିବହନ ବ୍ୟବସ୍ଥାରେ ସୁଧାର ଓ ସହରୀକରଣ ପାଇଁ େକ୍ଷତ୍ର ପ୍ରସ୍ତୁତି ଉପରେ େଜାର ଦିଆଯାଇଛି। ଏଇ େଯମିତି ସମ୍ବଲପୁର ଓ ସମ୍ବଲପୁର ସିଟିର ବିକାଶ, ଟିଟିଲାଗଡ, ସିକ୍ରି, ରାହେନବାଟ, କଟକର ଉନ୍ନତୀକରଣ କରାଯିବ। ସବୁ େଷ୍ଟସନକୁ ଚକାଚକ୍ କରିବା ପାଇଁ ୧୮୦ େକାଟି ଟଙ୍କା ବରାଦ େହାଇଛି। ସେହିଭଳି େକାଚ ରକ୍ଷଣାବେକ୍ଷଣ ଦିଗରେ େରଳ ମନ୍ତ୍ରାଳୟ ଗୁରୁତ୍ବ ଦେଇ େଜାନକୁ କ୍ଷମତା ଦେବା ଫଳରେ ଏବେ ପୁରୀର ମାଳତିପାଟପୁର, ମଞ୍ଚେଶ୍ବର େରଳ େଷ୍ଟସନରେ ଏଭଳି ସୁବିଧା ଉପଲବ୍ଧ କରାଇବା ପାଇଁ ସୁେଯାଗ ସୃଷ୍ଟି େହାଇଛି।

ସମ୍ବନ୍ଧିତ ଖବର