ଜାତୀୟ ବାମ୍ବୋ ମିସନ୍‌ରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି ଟଙ୍କା

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତା ନେଇ ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌

ଭୁବନେଶ୍ୱର : ଜାତୀୟ ବାମ୍ବୋ ମିସନ୍‌ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏହି ଅର୍ଥ ରାଜ୍ୟର ସାମଗ୍ରିକ ବାଉଁଶ କ୍ଷେତ୍ରର ବିକାଶକୁ ଅଧିକ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି। ଏଥି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମାପ ଜଙ୍ଗଲ ସମ୍ପଦରେ ଭରପୂର ଓଡ଼ିଶାର ପ୍ରାକୃତିକ ଜଙ୍ଗଲ ସମ୍ପଦର ଏକ ତୃତୀୟାଂଶ ବାଉଁଶ ରହିଛି। ବାଉଁଶ ଚାଷ ରାଜ୍ୟର ଲୋକଙ୍କ ପାଇଁ ବିଶେଷ କରି ଜନଜାତି ଏବଂ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଅର୍ଥନୀତି ଓ ଜୀବିକା ସହ ପରିବେଶର ସୁରକ୍ଷାକୁ ସୁନିଶ୍ଚିତ କରିଛି। ବାମ୍ବୋ ମିସନ୍‌ ଅଧୀନରେ ଥିବା ଅର୍ଥ ବାଉଁଶ ଚାଷ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରି କ୍ଷୁଦ୍ର, ମଧ୍ୟମ, ମହିଳା ଓ ଜନଜାତି ଚାଷୀଙ୍କ ଆୟକୁ ବୃଦ୍ଧି କରିବ। ବାଉଁଶ କାରୀଗରମାନଙ୍କ ଦକ୍ଷତା ବିକାଶ କରିବା ଦିଗରେ ମିସନ୍ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର