କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରିବେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଯୋଜନା ପସ୍ତୁତ କରିଛନ୍ତି । ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିବେ । ଗ୍ଲୋବାଲ ଟେଣ୍ଡର କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଦେଶ-ବିଦେଶର ବିଭିନ୍ନ କଂପାନିରୁ ସରକାର ଟିକା ଆଣିବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଦେଶ-ବିଦେଶର ବିଭିନ୍ନ କଂପାନିରୁ ଟିକା ଆଣିବେ ସରକାର । ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ହେବ । ରାଜ୍ୟବାସୀଙ୍କୁ ସୁବିଧାରେ ଟିକା ଉପଲବ୍ଧ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଗ୍ଲୋବାଲ ଟେଣ୍ଡର ପାଇଁ ବୈଷୟିକ କମିଟି ଗଠନ ହେବ । ଏହି କମିଟି ଟେଣ୍ଡର ବ୍ୟବସ୍ଥା ଉପରେ ବିଶଦ ଧ୍ୟାନଦେବ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ୨ୟ ଲହର ଦେଖାଯିବା ପରେ ବିଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ହାରାହାରୀ ୧୦ ହଜାର ରହୁଛି । ଏହାରି ମଧ୍ୟରେ ରାଜ୍ୟରେ ୫ ଲକ୍ଷ ୪୪ ହଜାର ୮୭୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪ ଲକ୍ଷ ୫୭ ହଜାର ୫୬୯ ଜଣ ସୁସ୍ଥ ହୋଇ ସାରିଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ଏପର୍ଯ୍ୟନ୍ତ ୨୧୯୭ ଜଣ କରୋନାରେ ପ୍ରାଣ ହାରିଥିବା ବେଳେ ଏବେ ୮୫ ହଜାର ୫୪ ଜଣଙ୍କର ଚିକିତ୍ସା ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟ ସରକାର କରୋନା ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ସମ୍ବନ୍ଧିତ ଖବର