ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ପ୍ରଥମ ଲହରୀରେ ମଧ୍ୟ ୨ କୋଟି ଟଙ୍କା ଛାଡ଼ ହୋଇଥିଲା

ଭୁବନେଶ୍ୱର: କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବି ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି। ୨୦୨୧ ଏପ୍ରିଲ୍ ୧୨ ତାରିଖ ଠାରୁ ୨୦୨୧ନଭେମ୍ବର ୨୭ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ଟି ରୁମ୍ ଓ ଗୋଟିଏ ଡୋରମିଟୋରିରେ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କ ମାନେ ଦୀର୍ଘ ୭ମାସରୁ ଅଧିକ ସମୟ ରହି କୋଭିଡ ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତ୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ଲହରୀ ସମୟରେ ମଧ୍ୟ ନବି ମୁମ୍ୱାଇ ମହାନଗର ନିଗମର ୨ କୋଟି ୧୬ ହଜାର ଟଙ୍କା ଛାଡ କରାଯାଇଥିଲା।

ସମ୍ବନ୍ଧିତ ଖବର