ଭୁବନେଶ୍ବର: ସାରା ରାଜ୍ୟ ପାଇଁ ଜାରି ହେଲା ଏସଓପି। ଏଥର ପାର୍ଟ ପ୍ଲଟ୍ ପଞ୍ଜୀକରଣ ବେଳେ ଅନୁସରଣ କରିବାକୁ ହେବ ଏସଓପି। ସାରା ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏସଓପି ଜାରି କରିଛି।
ଏହା ଉପରେ ପ୍ରତିକ୍ରିୟା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂହ କହିଛନ୍ତି ଯେ, ଜମି କିଣାବିକା କରିବା ଲୋକଙ୍କ ମୌଳିକ ଅଧିକାର। ହେଲେ ଜମି କିଣାବିକା ବେଳେ କିଛି ଜରୁରୀ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାକୁ ନଜରରେ ରଖି କିଛି ମାସ ଧରି ବନ୍ଦ ଥିବା ପାର୍ଟ ପ୍ଲଟ ପଞ୍ଜିକରଣ ପାଇଁ ବିଭାଗ ତରଫରୁ ଏସଓପି ଜାରି କରାଯାଇଛି। ପୂର୍ବରୁ ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ନେଇ କିଛି ପଞ୍ଜିକରଣ ଅଧିକାରୀଙ୍କ ଦ୍ଵନ୍ଦ ଥିଲା। ଏହି ଏସଓପି ସବ ରେଜିଷ୍ଟ୍ରାରମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ ଦୂର କରିବ ଏବଂ ପାର୍ଟ ପ୍ଲଟ କିଣାବିକା ସହଜ ହେବ ବୋଲି ଆଶା କରାଯାଉଛି।
ସେ ଆହୁରି କହିଛନ୍ତି ଯେ, ପାର୍ଟ ପ୍ଲଟ କିଣାବିକା ବେଳେ ଗ୍ରାମାଞ୍ଚଳ ପାଇଁ କୌଣସି କଟକଣା ନାହିଁ। କେବଳ ଜଳାଶୟ କିସମ ଜମିକୁ ଏକାଥରେ ବିକ୍ରି କରିହେବ। ସହରାଞ୍ଚଳରେ ଏବଂ ଡେଭେଳପମେଣ୍ଟ ଏରିଆରେ ଆସୁଥିବା ଅଞ୍ଚଳରେ ପାର୍ଟ ପ୍ଲଟ କିଣାବିକା ପାଇଁ ଦୁଇଟି ଘୋଷଣାନାମା ଦେବାକୁ ପଡିବ । ଚାଷ ଜମି କେବଳ ଚାଷ ପାଇଁ ବ୍ୟବହୃତ ହେବ ଏବଂ ଘରବାଡି କିସମ ଜମିରେ କୌଣସି ରିଏଲ ଇଷ୍ଟେଟ କାରବାର ନକରିବାକୁ ଘୋଷଣାନାମା ଦେବାକୁ ପଡିବ। ପ୍ରଥମ ଥର ପାଇଁ ୫୦୦ବର୍ଗ ମିଟର ପର୍ଯ୍ୟନ୍ତ ଜମି ବିକିଲେ କୌଣସି ଲେ’ ଆଉଟ ଦେବାକୁ ପଡିବ ନାହିଁ। ମୁଖ୍ୟତଃ ଅଧିକାରୀଙ୍କ ପାଇଁ ପାର୍ଟ ପ୍ଲଟ କିଣାବିକାରେ ଥିବା ଦ୍ଵନ୍ଦ ଏହି ଏସଓପି ଜରିଆରେ ଦୂର ହେବ ବୋଲି ରାଜସ୍ବ ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି।
ତେବେ ପଞ୍ଜୀକରଣ ପୂର୍ବରୁ ମାନଚିତ୍ର, ସୀମା ଏବଂ ଘୋଷଣାନାମାର ସତ୍ୟତା ଯାଞ୍ଚ କରିବାକୁ ପଞ୍ଜୀକରଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
SOP
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/14/untitled-17-2025-10-14-15-12-06.jpg)