୩୩ ପ୍ରତିଶତ ବା ଅଧିକ କ୍ଷତି କ୍ଷେତ୍ରରେ ମିଳିବ
ପ୍ରାଥମିକ ବିଦ୍ୟାଳୟ ପିଲାଙ୍କୁ ଦୁଇ ହଳ ପୋଷାକ, ବହି, ସ୍କୁଲ ଦେୟ, ପରୀକ୍ଷା ଫି ଛାଡ
ଭୂ ରାଜସ୍ବ ଓ ଜଳକର ବି, ପ୍ରକୃତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଭୀଷଣ ସାମୁଦ୍ରିକ ଝଡ ତିତ୍ଲିେର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚଳିତବର୍ଷ ପାଇଁ ଭୂ ରାଜସ୍ବ ବାବଦ ସେସ୍ ଓ ଜଳକର ସମ୍ପୂର୍ଣ୍ଣ ଛାଡ କରାଯାଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଦେୟ ଓ ପରୀକ୍ଷା ଦେୟ ମଧ୍ୟ ଆଦାୟ ହେବ ନାହିଁ। ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଦୁଇ ହଳ ସ୍କୁଲ ପୋଷାକ ଓ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ। କେବଳ ସେତିକି ନୁେହଁ, ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ହଜାର ୮୦୦ ଟଙ୍କା, ନିଶ୍ଚିତ ଜଳସେଚନ ଜମି କ୍ଷେତ୍ରରେ ହେକ୍ଟର ପିଛା ୧୩ହଜାର ୫୦୦ ଟଙ୍କା ଏବଂ ସବୁ ଦିନିଆ ଫସଲ କ୍ଷେତ୍ରରେ ହେକ୍ଟର ପିଛା ୧୮ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ସବୁ ଦିନିଆ ଫସଲ କ୍ଷେତ୍ରରେ କୌଣସି ଚାଷୀଙ୍କ ପାଇଁ କ୍ଷତିପୂରଣ ୨ହଜାର ଟଙ୍କାରୁ କମ୍ ହେବ ନାହିଁ ଏବଂ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧୦୦୦ ଟଙ୍କା ବା ତତୋଧିକ ରହିବ। ପ୍ରକୃତ ଚାଷୀଙ୍କୁ ହିଁ ଏହି ଅର୍ଥ ପ୍ରଦାନ କରାଯିବ।
ଭୀଷଣ ସାମୁଦ୍ରିକ ଝଡ ତିତଲି କ୍ଷତିଗ୍ରସ୍ତଙ୍କ ପାଇଁ ଆଜି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ୟାକେଜ ରୂପରେଖ ସଂପର୍କରେ ନିଷ୍ପତ୍ତି ହେବା ପରେ ବିଧିବଦ୍ଧ ଭାେବ ଏ ନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମୋଟ ୩୭ଟି କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ତିତ୍ଲି କ୍ଷତି ମାପିବା ପାଇଁ ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଆଜି ନିଜସ୍ବ ପ୍ୟାକେଜ ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୩୩ ପ୍ରତିଶତ ବା ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୧୮-୧୯ ରବି ଫସଲରେ ବି ସହାୟତା ମିଳିବ। ସଂପୃକ୍ତ ଅଞ୍ଚଳ ଚାଷୀଙ୍କୁ ୧ଲକ୍ଷ ୨୦ ହଜାର ଡାଲି ଜାତୀୟ ଶସ୍ୟବୀଜ, ୩୦ ହଜାର ମିନିକିଟ୍, ୫୦ ହଜାର ପରିବା ମଞ୍ଜିର କିଟ୍ ଏହିପରି ସମୁଦାୟ ୨ଲକ୍ଷ ସ୍ବତନ୍ତ୍ର ମିନି କିଟ୍ ପ୍ରଦାନ କରାଯିବ। ୨୦ ହଜାର ହେକ୍ଟର ଚାଷ ଜମିରେ ବିଭିନ୍ନ କୃଷି ପ୍ରଦର୍ଶନ କାର୍ଯ୍ୟ କରାଯିବ। କାଜୁ, ଆମ୍ବ, ନଡିଆ, କିଆ, ରେଶମ ଆଦି ଚାଷ େକ୍ଷତ୍ରରେ ନଷ୍ଟ େହାଇଥିବା ୨୦ ହଜାର ହେକ୍ଟର ଜମିକୁ ପୁନରୁଦ୍ଧାର କରାଯିବ ଏବଂ କ୍ଷତିଗ୍ରସ୍ତ ୨୦୦୦ ହେକ୍ଟର ଆଖୁ ଫସଲକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯିବ। ମୂଳ ଜାତୀୟ ଓ ଆଳୁ ଜାତୀୟ ଫସଲ ପାଇଁ ୟୁନିଟ୍ ପିଛା ୭ହଜାର ଟଙ୍କା ହିସାବରେ ୨୦୦୦ ଚାଷୀଙ୍କୁ େପ୍ରାତ୍ସାହନ ସହାୟତା ଦିଆଯିବ। ୫୦୦ ଛତୁଚାଷୀଙ୍କୁ ୟୁନିଟ୍ ପିଛା ୧୦ହଜାର ଟଙ୍କା ପ୍ରଦାନ କରାଯିବ। ୫୦ ପ୍ରତିଶତ ରିହାତିରେ ୧୦୦୦ ପମ୍ପସେଟ୍ ଦିଆଯିବ ବା ସର୍ବାଧିକ ୧୫ହଜାର ଟଙ୍କା ପ୍ରଦାନ କରାଯିବ। ସୌର ଜଳନିଧି େଯାଜନାରେ ୯୦ ପ୍ରତିଶତ ରିହାତିରେ ୧୦୦୦ ସୌର ପମ୍ପସେଟ୍ ପ୍ରଦାନ କରାଯିବ ଓ ୫୦ ପ୍ରତିଶତ ରିହାତିରେ ୫୦୦୦ େସ୍ପୟର ଦିଆଯିବ।
ସରକାର ଘୋଷଣା କରିଛନ୍ତି, ୨୦୧୮ ଖରିଫ ଚାଷ ପାଇଁ ସ୍ବଳ୍ପ ମିଆଦି କୃଷି ଋଣକୁ ମଧ୍ୟମ ମିଆଦି କୃଷି ଋଣରେ ପରିବର୍ତନ କରାଯିବ। ଖରିଫ ପାଇଁ ସ୍ବଳ୍ପ ମିଆଦି ଋଣ ନେଇଥିବା ଚାଷୀଙ୍କ ପାଇଁ ଦେୟ ତାରିଖ ୨୦୧୯ ସେପ୍ଟେମ୍ବର ୩୦ ତାରିଖକୁ ଘୁଞ୍ଚାଇ ଦିଆଯିବ।
ପୂର୍ବ ଘୋଷଣା ଅନୁସାରେ ପଶୁସମ୍ପଦ ପାଇଁ ଅର୍ଥପ୍ରଦାନ ବ୍ୟବସ୍ଥା ହୋଇଛି। ଏହାବ୍ୟତୀତ ଗୁହାଳ ପାଇଁ ୧୦ ହଜାର ଚାଷୀଙ୍କୁ ଜଣ ପିଛା ୧.୧୩ ଲକ୍ଷ ଟଙ୍କା ଦିଆଯିବ। ଛେଳି ଗୁହାଳ ପାଇଁ ୧୦ ହଜାର ଚାଷୀଙ୍କୁ ୪୪ ହଜାର ଟଙ୍କା ମିଳିବ। ମାଛ ଚାଷ କ୍ଷେତ୍ରରେ କ୍ଷତି ସହିଥିବା ଚାଷୀଙ୍କୁ ୭୫ ପ୍ରତିଶତ ରିହାତିରେ ହେକ୍ଟର ପିଛା ୧.୧୨୫ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ଡଙ୍ଗା ପିଛା ୨୨ ହଜାର ୫୦୦ ଟଙ୍କା ଓ ଜାଲ ପିଛା ୧୫ହଜାର ଟଙ୍କା ସହାୟତା ଦିଆଯିବ। ସାମୁଦ୍ରିକ ଅଞ୍ଚଳ ଓ ଚିଲିକାର ମତ୍ସ୍ୟଜୀବୀଙ୍କ ପାଇଁ ଡଙ୍ଗା ପିଛା ୬୦ହଜାର ଓ ଜାଲ ପିଛା ୧୫ ହଜାର ଟଙ୍କା ସହାୟତା ଦିଆଯିବ। ସେହିଭଳି ହସ୍ତତନ୍ତ, ହସ୍ତଶିଳ୍ପ ଓ ରେଶମ ଚାଷ ପାଇଁ ବି ପ୍ୟାେକଜ୍ ଘୋଷଣା ହୋଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି, କ୍ଷତିଗ୍ରସ୍ତ ଅଞ୍ଚଳରେ ୩୦ ହଜାର ଚାଷୀ ଥିବା ୨୦୦ଟି ପ୍ରଡ୍ୟୁସର ଗ୍ରୁପକୁ େପ୍ରାତ୍ସାହନ ରାଶି ହିସାବରେ ୩ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଚାଷ କାର୍ଯ୍ୟରେ ଲିପ୍ତ ଥିବା ମହିଳା ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ଅତିରିକ୍ତ ୫ହଜାର ଟଙ୍କା େଲଖାଏଁ ସିଡ୍ ମନି ଦିଆଯିବ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରାଥମିକ ଆକଳନ ଅନୁସାେର ତିତଲି କାରଣରୁ ୨୭୭୦ କୋଟି ୨୭ଲକ୍ଷ ୬୨ ହଜାର ୨୦୦ ଟଙ୍କାର କ୍ଷତି ଘଟିଥିବା ସରକାର ଦର୍ଶାଇଥିଲେ। ପୂର୍ଣ୍ଣାଙ୍ଗ ରିେପାର୍ଟ ଦେବା ଲାଗି କ୍ଷତିଗ୍ରସ୍ତ ୧୭ଟି ଜିଲ୍ଲାକୁ ନିେର୍ଦଶ ଦିଆଯାଇଥିଲା। ରିଲିଫ୍ ଓ ଥଇଥାନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ରକୁ ଏକ ହଜାର କୋଟି ଟଙ୍କାର ଅନ୍ତରୀଣ ସହାୟତା ମାଗିଛନ୍ତି ରାଜ୍ୟ ସରକାର। ଏ ନେଇ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହଯୋଗ ଲୋଡିଛନ୍ତି। ବାତ୍ୟା ଓ ବନ୍ୟାରେ ଭାଙ୍ଗିଯାଇଥିବା ୫୭,୧୩୧ଟି ବାସଗୃହକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ଆବଣ୍ଟନ ପାଇଁ ବିଚାର କରିବାକୁ ମଧ୍ୟ େକନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି(ଏସ୍ଡିଆରଏଫ୍) ସହିତ ଜାତୀୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି(ଏନ୍ଡିଆରଏଫ୍)ରୁ ୨୦୧୪.୦୯ କୋଟି ପ୍ରଦାନ କରିବାକୁ ମଧ୍ୟ ଚିଠିରେ ପ୍ରସ୍ତାବ ଦିଆଯାଇଥିଲା।