ଆଉ ୬୨୨ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି : ମୋଟ ପଦବି ୬୬୧୯, ପୂରଣ ହେଲା ୬୩୨୯

ଭୁବନେଶ୍ବର : ରାଜ୍ୟସରକାର ଏକାସାଙ୍ଗରେ ୧୫୬୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହିତ ମାଗଣା ଚିକିତ୍ସା ସୁବିଧା ରହୁଥିବା ନିଦାନ, ସହାୟ , ସୁନେତ୍ର, ନିରାମୟ ଭଳି ଯୋଜନା ପରେ ସରକାର ସବୁ ଡାକ୍ତରଖାନାରେ ଡାକ୍ତର ପଦବି ପୂରଣ କରିବାକୁ ମିସନ େମାଡରେ ପୂରଣ କରିବା ପାଇଁ େଯଉଁ ନିଷ୍ପତ୍ତି େନଇଥିଲେ, େସ ଆଧାରରେ ଏଭଳି ପଦକ୍ଷେପ ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ଆଜି ୧୫୬୦ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୬୬୧୯ ଡାକ୍ତର ପଦବି ରହିଛି। ଗତକାଲି ୯୩୮ ଜଣଙ୍କ ନିଯୁକ୍ତି ଦିଆଯାଇଥିଲା ଓ ଆଜି ଆଉ ୬୨୨ ଡାକ୍ତରଙ୍କୁ ନିଯୁକ୍ତି ପରେ ଏବେ ଡାକ୍ତରଙ୍କ ସଂଖ୍ୟା ୬୩୨୯ ହୋଇଛି।

ଆଜି ବିଭାଗ ପକ୍ଷରୁ କୁହାଯାଇଛି, ଗତ ୫୪ ବର୍ଷ ଧରି ରାଜ୍ୟରେ ୩ ଟି ସରକାରୀ ମେଡିକାଲ କଲେଜ ରହିଥିଲା। ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ ସ୍ୱରୂପ ଗତ ଦୁଇ ବର୍ଷ ମଧ୍ୟରେ ବାରିପଦା , ବାଲେଶ୍ୱର, ବଲାଙ୍ଗୀର ଓ କୋରାପୁଟଠାରେ ୪ ଟି ନୂଆ ସରକାରୀ ମେଡିକାଲ କଲେଜ ଖୋଲାଯାଇଛି। କେନ୍ଦୁଝର ଓ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ , ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ବୁର୍ଲା ଭିମସାର୍ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ସେହିପରି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏରିଆ ହସପିଟାଲ ଖୋଲାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବର୍ଷ ବର୍ଷ ଧରି ଡାକ୍ତର ଅଭାବ ଜନିତ ଯେଉଁ ସମସ୍ୟା ରହିଥିଲା ତାର ସମାଧାନ ପାଇଁ ସରକାର ଦୃଢ ପଦକ୍ଷେପ େନଉଛନ୍ତି। ଦୁର୍ଗମ ଅଂଚଳ ତଥା କେବିକେ ଓ କେବିକେ ପ୍ଲସ୍ ଅଂଚଳରେ କାମ କରୁଥିବା ଡାକ୍ତରଙ୍କୁ ଇତିମଧ୍ୟରେ ସ୍ୱତନ୍ତ୍ର ପ୍ରୋତ୍ସାହନ ଭତ୍ତା ଦିଆଯାଉଥିଲା। ଓଡିଶା ମେଡିକାଲ ସର୍ଭିସର ସବୁ ଡାକ୍ତରଙ୍କୁ ଚାକିରିକାଳରେ ୩ ଟି ନିଶ୍ଚିତ ପଦୋନ୍ନତିର ବ୍ୟବସ୍ଥା ବି କରାଯାଇଛି। ପାରାମେଡିକ୍ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କ୍ୟାଡର ପନର୍ଗଠନ ଠାରୁ ଆରମ୍ଭ କରି ନିୟମିତ କରାଯିବା ଓ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଛି।

ମନ୍ତ୍ରୀ କହିଛନ୍ତି, ମୋଟ ୧୯୫୦ ଡାକ୍ତର ନିଯୁକ୍ତି ପାଇଁ ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ବିଜ୍ଞାପନ ଦିଆଯାଇଥିଲା। ସେଥିରୁ ଆୟୋଗଙ୍କ ଦ୍ୱାରା ଚୟନ କରାଯାଇ ୯୩୮ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଚୁକ୍ତି ଭିତିରେ ଆଉ ୬୨୨ ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ନିଷ୍ପତି ନିଆଯାଇ ବିଭିନ୍ନ ହସପିଟାଲରେ ଅବସ୍ଥାପିତ କରାଯାଇଛି। ଆୟୋଗଙ୍କ ଦ୍ୱାରା ଚୟନ ହୋଇଥିବା ୯୩୮ ଡାକ୍ତରଙ୍କ ମଧ୍ୟରୁ ପୂର୍ବରୁ ୩୩୮ ଜଣ ସରକାରଙ୍କ ପାଖରେ ଆଡହକ୍ ଏବଂ ଚୁକ୍ତି ଭିତିକ କାମ କରୁଛନ୍ତି। ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନଙ୍କ ବାଦ୍ ୬୦୦ ନୂଆ ଡାକ୍ତର ମଧ୍ୟ ନିଯୁକ୍ତି ପାଇଛନ୍ତି। ଏହା ଦ୍ୱାରା ଡାକ୍ତର ଅଭାବ ଜନିତ ସମସ୍ୟା ଦୂର ହୋଇପାରିବ।

ଗତକାଲି ନିଯୁକ୍ତି ପାଇଥିବା ୯୩୮ ଡାକ୍ତରଙ୍କ ମଧ୍ୟରୁ ୭୮୪ ଜଣଙ୍କୁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେଓ ୧୩୫ ଜଣଙ୍କୁ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ କରାଯାଇଛି। ନବନିଯୁକ୍ତ ଡାକ୍ତର ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବା ପାଇଁ ମଧ୍ୟ ନିେର୍ଦଶନାମା ଜାରି ହୋଇଛି େବାଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର