ସହରାଞ୍ଚଳ ପାଇଁ ୧୫୩ଟି ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର : ଓଡ଼ିଶା ଭିତ୍ତିଭୂମି ଉନ୍ନୟନ ପାଣ୍ଠି(ଓୟୁଆଇଡିଏଫ୍‌) ସହାୟତାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ପାଇଁ ୧୫୩ଟି ନୂଆ ପ୍ରକଳ୍ପ ମଞ୍ଜୁର ହୋଇଛି।

ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓୟୁଆଇଡିଏଫ୍‌ର ଦ୍ୱାଦଶ ଟ୍ରଷ୍ଟ ବୋର୍ଡ ବୈଠକରେ ଏସବୁ ପ୍ରକଳ୍ପ ମଞ୍ଜୁରି ଲାଭ କରିଥିଲା। ସହରାଞ୍ଚଳରେ ରାଜସ୍ୱ ଅର୍ଜନ ବୃଦ୍ଧିକାରୀ ଭିତ୍ତିଭୂମି ପ୍ରକଳ୍ପ ପ୍ରସ୍ତୁତି ନିମନ୍ତେ ସଂପୃକ୍ତ ସହରାଞ୍ଚଳର ଦକ୍ଷତା ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ପାଢ଼ୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୩୪ଟି ସହରାଞ୍ଚଳ ଜଳାଶୟର ନବୀକରଣ ନିମନ୍ତେ ଉଦ୍ଦିଷ୍ଟ। ଏଥିପାଇଁ ୮୦.୯୦ କୋଟି ଖର୍ଚ ହେବ। ବରମୁଣ୍ଡାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ପାଇଁ ୧୭୪.୩୪ କୋଟି, ୫ଟି ମହାନଗର ନିଗମ ପାଇଁ ୪୮.୬୩ କୋଟି ବ୍ୟୟରେ ଶକ୍ତ ସଂରକ୍ଷଣକାରୀ ଏଲ୍‌ଇଡି ଆଲୋକ ପ୍ରକଳ୍ପ ଇତ୍ୟାଦି ବୈଠକରେ ଅନୁମୋଦନ ପାଇଥିଲା।

ସମ୍ବନ୍ଧିତ ଖବର