ବିକଳ୍ପ ରାସ୍ତାରେ ନବୀନ : ଚାଷୀଙ୍କ ପାଇଁ ‘କାଳିଆ’

ମନ୍ତ୍ରୀଙ୍କୁ ମନା : ସୋସିଆଲ ମିଡିଆରେ ବୁଲିଲା, ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ତନାଘନା ଆରମ୍ଭ

ଭୁବନେଶ୍ବର : କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବି ଫସଲ ସହାୟତା ବାବଦରେ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଭୂମିହୀନ ଚାଷୀ ପରିବାରକୁ ଜୀବିକା ସହାୟତା ବାବଦରେ ମିଳିବ ୧୨ ହଜାର ୫୦୦ ଟଙ୍କା। ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ପେନ୍‌ସନ୍‌ ଭଳି ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା ‌‌କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିବ। କେବଳ ସେତିକି ନୁହେଁ, ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦେବେ ସରକାର।

ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି କେଂଗ୍ରସ ଓ ବିେଜପି ଶାସିତ ରାଜ୍ୟମାନେ ଚାଷୀଙ୍କ ଋଣ ଛା଼଼ଡ କରୁଥିବାବେଳେ ଏ ସଂକ୍ରାନ୍ତ ଚାପକୁ ଏଡ଼ାଇ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏମିତି ଢଙ୍ଗରେ ବିକଳ୍ପ ତଥା ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଅଳ୍ପ କିଛି ଚାଷୀଙ୍କୁ ଥରୁଟିଏ ଋଣଛାଡ଼ କରି ରାଜ୍ୟର ଅର୍ଥନୀତିକୁ ଢେର୍ ବର୍ଷ ଯାଏ ବିପର୍ଯ୍ୟୟ ମୁହଁକୁ ଠେଲି ଦେବା ବଦଳରେ କୃଷକର ଜୀବନ ଜୀବିକା ବୃଦ୍ଧି ପାଇଁ ସହାୟତା ତଥା ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ୧୦ ହଜାର େକାଟି ଟଙ୍କାର ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍ଲିହୁଡ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍) ଯୋଜନା ଘୋଷଣା କରିଛନ୍ତି। ତେବେ ବୋନସ୍‌ ଦିଆଯିବା ପ୍ରସଙ୍ଗକୁ ରାଜ୍ୟ ସରକାର ଟାଳି ନାହାନ୍ତି। ବରଂ ଏ ପ୍ରସଙ୍ଗରେ େକନ୍ଦ୍ର ଆଡକୁ ବଲ୍‌ ଫିଙ୍ଗିଛନ୍ତି।

ଆଜି ଅପରାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିିତିରେ ଅନୁଷ୍ଠିତ କ୍ୟାବିେନଟ୍‌ ବୈଠକରେ ଏହି ପ୍ରସ୍ତାବ ଉପରେ େମାହର ଲାଗିଥିଲା। େସହିଭଳି ସବୁଥର ମୁଖ୍ୟଶାସନ ସଚିବ କ୍ୟାବିନେଟ ନିଷ୍ପତ୍ତି ଗଣମାଧ୍ୟମକୁ ଶୁଣାଉଥିଲେ। ଆଜି କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଏ ସଂପର୍କରେ ସୂଚନା େଦବା ସହିତ ଏକ ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀ କରିଥିଲେ।

‘କାଳିଆ’ ଏକ ପ୍ରଗତିଶୀଳ େଯାଜନା େବାଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ବାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଏବଂ ସମସ୍ତ ଭୂମିହୀନ କୃଷି ଶ୍ରମିକ ଉପକୃତ େହବେ। ଏ ଅର୍ଥ ଡିଟିବି ବ୍ୟବସ୍ଥାରେ ଅର୍ଥାତ୍ ସେମାନଙ୍କ ଆକାଉଣ୍ଟରେ ହିଁ ଜମା କରାଯିବ। ଆସନ୍ତା ୩ ବର୍ଷରେ କାଳିଆ େଯାଜନାରେ ୧୦ ହଜାର ୨୮୦ େକାଟି ଟଙ୍କା ଖର୍ଚ୍ଚ େହବ ଓ ୨୦୨୧ରେ ଏହି େଯାଜନାର ସମୀକ୍ଷା କରାଯାଇ ଆବଶ୍ୟକ ପରିବର୍ତନ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘କାଳିଆ’ େଯାଜନା ୫ଟି ବିଷୟ ଉପରେ ପର୍ଯ୍ୟବେସିତ। ଏହି େଯାଜନାରେ ରାଜ୍ୟର ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ରୀ ଚାଷୀ ଉପକୃତ ହେବେ। ପ୍ରତ୍ୟେକ ଚାଷୀ ପରିବାରଙ୍କୁ ଉଭୟ ଖରିଫ୍ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା େଲଖାଏଁ ଆର୍ଥିକ ସହାୟତା େଯାଗାଇ ଦିଆଯିବ। ଚାଷୀମାନେ କୃଷି ପାଇଁ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ସହାୟତା ଅର୍ଥ ଖର୍ଚ୍ଚ କରିପାରିବେ। ଚାଷୀର କେତେ ଜମି ଅଛି, ତା’ ସହିତ ଏହି ସହାୟତାର କୌଣସି ସମ୍ବନ୍ଧ ରହିବ ନାହିଁ। ଏହାଦ୍ବାରା ପ୍ରକୃତ ଚାଷୀ ବା ଭାଗଚାଷୀ ଯେଉଁମାନଙ୍କର ଜମି ପରିମାଣ କମ, ସେମାନେ ଉପକୃତ ହେବେ।ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ ବର୍ଷର ୫ଟି ଫସଲ ପାଇଁ ଲାଗୁ ହେବ।

ଦ୍ବିତୀୟରେ, ସରକାରଙ୍କ କୃଷି ବିକାଶ େଯାଜନାରେ ଭୂମିହୀନ ଚାଷୀ ପରିବାର ପାଇଁ ବିଶେଷ କିଛି କାର୍ଯ୍ୟକ୍ରମ ନଥିଲା। ‘କାଳିଆ’ େଯାଜନା ଦ୍ବାରା ୧୦ ଲକ୍ଷ ଭୂମିହୀନ ପରିବାର ଉପକାର ପାଇବେ। େଛଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ଚାଷ, ମାଛ ଚାଷ, ଛତୁ ଚାଷ ଓ ମହୁ ଚାଷ ପରି ଆନୁସଙ୍ଗିକ କୃଷି ଚାଷ ପାଇଁ ପ୍ରତି ପରିବାରକୁ ୧୨ ହଜାର ୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ଭୂମିହୀନ ପରିବାରମାନେ ୭ଟି ଆନୁସଙ୍ଗିକ କୃଷି କାର୍ଯ୍ୟ ମଧ୍ୟରୁ େଯ କୌଣସି େଗାଟିକୁ ସେମାନଙ୍କର ଜୀବିକା ଭାବରେ ପସନ୍ଦ କରିପାରିବେ। ଏଥିପାଇଁ ଆସନ୍ତା ୩ ବର୍ଷରେ ୧୨୫୦ େକାଟି ଖର୍ଚ୍ଚ େହବ।

ଚାଷୀ ପରିବାରକୁ ପେନ୍‌ସନ୍‌ େଦବା େନଇ ଦାବି ଉଠିଛି। ପୂର୍ବରୁ ତେଲେଙ୍ଗାନା ସରକାର ମଧ୍ୟ ଅନୁରୂପ ଏକ ଉଦ୍ଦେଶ୍ୟ ନେଇ େଯାଜନା କରିଥିଲେ। ଆଜି ଓଡ଼ିଶା େକ୍ଷତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଅେନକ ସମୟରେ ବୃଦ୍ଧାବସ୍ଥା, ଅକ୍ଷମତା, େରାଗ ତଥା ବିଭିନ୍ନ କାରଣରୁ ଚାଷୀ ଚାଷ କାର୍ଯ୍ୟ କରିବାକୁ ସକ୍ଷମ େହାଇପାେର ନାହିଁ। ଏସବୁ କାରଣରୁ ଭୂମିହୀନ କୃଷି ଶ୍ରମିକ େରାଜଗାର ହରାଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟ ସରକାର ଏଭଳି ପରିବାରକୁ ଚାଷ କାର୍ଯ୍ୟ ଓ ଜୀବିକା ଜାରି ରଖିବା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତ୍ତି େନଇଛନ୍ତି। ଏହି ସହାୟତା ପାଇଁ େଯାଗ୍ୟ ହିତାଧିକାରୀ ଗ୍ରାମପଞ୍ଚାୟତ ଦ୍ବାରା ହିଁ ମନୋନୀତ କରାଯିବ। ସାରା ରାଜ୍ୟର ଏହିପରି ୧୦ଲକ୍ଷ ପରିବାର ପାଇଁ ‘କାଳିଆ’ ଯୋଜନାରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ େଯଉଁ ବୀମା ସୁରକ୍ଷା ବ୍ୟବସ୍ଥା କରାଯାଇଛି, େସଥିରେ ୫୭ଲକ୍ଷ ପରିବାର ଉପକୃତ ହେବେ। ଏହାବ୍ୟତୀତ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଫସଲ ଋଣ ବି ସରକାର ଦେବେ। ଆସନ୍ତା ୩ ବର୍ଷରେ ୧୦ ହଜାର ୨୮୦ େକାଟି ଖର୍ଚ୍ଚ େହବ।

ମୁଖ୍ୟମନ୍ତ୍ରୀ କ୍ୟାବିେନଟ୍ ନିଷ୍ପତ୍ତି ଶୁଣାଉଥିବା ବେଳେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସୂଚନା ଏବଂ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ଥିେଲ।

ମନ୍ତ୍ରୀଙ୍କୁ ମନା : ସୋସିଆଲ ମିଡିଆରେ ବୁଲିଲା, ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ତନାଘନା ଆରମ୍ଭ

ଭୁବନେଶ୍ବର : କ୍ୟାବିନେଟରେ ନିର୍ଦିଷ୍ଟ କେଉଁ ପ୍ରସଙ୍ଗ ଆସିବ, ତାହା ଆଜିକାଲି ମନ୍ତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଦିଆଯାଉନାହିଁ। ଏହାପଛରେ ସରକାରଙ୍କ କି ଯୁକ୍ତି ରହିଛି, ତାହା ଅବୁଝା। ଗୋଟିଏ ମହଲ ସରକାରଙ୍କୁ ସୁରକ୍ଷା ଦେଇ କହୁଛନ୍ତି, ଶେଷ ମୁହୂର୍ତରେ ପ୍ରସ୍ତାବ ଆସୁଥିବାରୁ ମନ୍ତ୍ରୀମାନଙ୍କୁ ଦେବା ସମ୍ଭବ ହେଉନାହିିଁ। ଆଜି ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା।

କ୍ୟାବିନେଟରେ କି ପ୍ରସ୍ତାବ ଆସୁଛି, ସେକଥା ମନ୍ତ୍ରୀ ଜାଣିପାରିଲେନି। ମାତ୍ର କ୍ୟାବିନେଟ୍ ବୈଠକ ପୂର୍ବରୁ ସୋସିଆଲ ମିଡିଆରେ କ୍ୟାବିନେଟ ଅନୁେମାଦନ ପରର ପ୍ରେସ ବିଜ୍ଞପ୍ତି ଭାଇରାଲ ହୋଇଥିଲା। କ୍ୟାବିନେଟ ଅନୁେମାଦନ ପୂର୍ବରୁ ଏହା କିଭଳି ପଦାକୁ ଆସିଲା, ତାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି। କେଉଁ ପରିପ୍ରେକ୍ଷୀରେ ଏହା ପଦାକୁ ଗଲା, େସ ନେଇ ତୁରନ୍ତ ଜଣାଇବା ଲାଗି ନିେର୍ଦଶ ମିଳିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଅନ୍ୟପଟରେ କ୍ୟାବିନେଟ ବୈଠକ ବିଳମ୍ବ େହବା ପଛର ଏହା ଏକ କାରଣ େବାଲି ମଧ୍ୟ ଚର୍ଚ୍ଚା େହଉଛି। େକଉଁ ଅଧିକାରୀ ଏଭଳି କାଣ୍ଡ ଭିଆଇଛନ୍ତି, ତାଙ୍କ ସଂପର୍କରେ ତନାଘନା ଆରମ୍ଭ େହାଇଛି।

ସମ୍ବନ୍ଧିତ ଖବର