ଭୁବନେଶ୍ବର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପାଖାପାଖି ୮୦୩୬ କୋଟିର ଚିଠା ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦିତ ହୋଇଥିବା ଏହି ଚିଠା ବଜେଟ୍ ରାଶି ଆସନ୍ତା ନଭେମ୍ବର ୧୩ ତାରିଖ ଦିନ ବିଧାନସଭାରେ ଉପସ୍ଥାପିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀ ଶ୍ରୀମନ୍ଦିର ପାରିପାର୍ଶ୍ବିକ ଉନ୍ନତି ତଥା ଭିତ୍ତିଭୂମି ନିର୍ମାଣ, ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭିତ୍ତିଭୂମି ସୁଧାର ନିମନ୍ତେ ଅତିରିକ୍ତ ବ୍ୟୟ, କାଳିଆ ଯୋଜନା ନିମନ୍ତେ ଅତିରିକ୍ତ ପାଣ୍ଠି ଆଦି ବାବଦରେ ଅର୍ଥ ବରାଦ େହାଇଥିବା କୁହାଯାଇଛି। ଏହାସହ କେତେକ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ଆବଣ୍ଟନ ହୋଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଅର୍ଥନୀତିଜ୍ଞ ମହଲ ଅତିରିକ୍ତ ବଜେଟ୍ ରୂପରେଖକୁ ନେଇ ବେଶ୍ ଖୁସି ନାହାନ୍ତି। ସେମାନଙ୍କର କହିବା କଥା େହଉଛି, ଅତିରିକ୍ତ ବଜେଟ୍ ପୂର୍ବରୁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଭିନ୍ନ ବିଭାଗକୁ ଦେଇଥିବା ଚିଠି ଓ ବଜେଟ୍ ଅର୍ଥ ରାଶିକୁ ନିରେଖି ଦେଖିଲେ, କେଉଁଠି ନା କେଉଁଠି ଧରାପଡିଯାଉଛି େଯ ରାଜ୍ୟର ଅର୍ଥନୀତି ସ୍ବାସ୍ଥ୍ୟ ବେଶ୍ ଭଲ ନାହିଁ। ଏମିତିରେ ବି ଗତ ତିନିବର୍ଷ ଭିତରେ ଏତେ କମ୍ ପରିମାଣର ଅର୍ଥ କେବେ ଅତିରିକ୍ତ ବଜେଟରେ ଉପସ୍ଥାପନ େହାଇନଥିଲା। ୨୦୧୭-୧୮ରେ ୯୮୨୮ େକାଟି ୫୭ ଲକ୍ଷ, ୨୦୧୮-୧୯ରେ ୧୨ ହଜାର ୭୯୦ େକାଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ପୁଣି ବଜେଟର ମୂଳ ସୂତ୍ର ହେଲା, ରାଜ୍ୟ ସରକାର ନିଜର ଆର୍ଥିକ ସ୍ଥିତି େଦଖି ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ଶତ ପ୍ରତିଶତ ପାଳନ କରିବା। କିନ୍ତୁ େକନ୍ଦ୍ର ସରକାର େଘାଷଣା କରି ସାରିବା ପରେ ବି ରାଜ୍ୟ ସରକାର କର୍ମଚାରୀ ଓ ପେନସନ େଭାଗୀଙ୍କୁ ୫% ଅତିରିକ୍ତ ମହଙ୍ଗା ଭତ୍ତା ବଢାଇବା ଲାଗି ଏଯାଏ େଘାଷଣା କରିନାହାନ୍ତି। ସପ୍ତମ ବେତନ କମିସନ ସୁପାରିସ୍ ହାରରେ କର୍ମଚାରୀଙ୍କୁ ସଂଶୋଧିତ ଘରଭଡ଼ା ଦେବା ସଂକ୍ରାନ୍ତ ଫାଇଲରେ ମଧ୍ୟ ସରକାରୀ େମାହର ଲାଗିନାହିଁ। ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ୨୦୧୭ ସେପ୍ଟେମ୍ବର ମାସରୁ ସପ୍ତମ ବେତନ କମିସନ ସୁପାରିସକୁ ଲାଗୁ କରିବା ସହ ବର୍ଦ୍ଧିତ ହାରରେ ଦରମା ଦେଇଥିଲେ। ହେେଲ ୨୦୧୬ ଜାନୁଆରିରୁ ୨୦୧୭ ଅଗଷ୍ଟ ବର୍ଧିତ ବକେୟା ରାଶିର ବଳକା ୬୦% (ବକେୟା) ଦରମା ଏଯାଏ ପ୍ରଦାନ କରିନାହାନ୍ତି।
କେବଳ ସେତିକି ନୁହେଁ, ଗତ ଏକମାସ ମଧ୍ୟରେ ରାଜ୍ୟ ସରକାର େଯତିକି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ େଘାଷଣା କଲେଣି, ସେତିକି ଅର୍ଥ ଯଦି ବରାଦ ହୁଏ, ତେବେ ବଜେଟ୍ ରାଶି ଏହି ପରିମାଣ ପାଖାପାଖି ହେବ। କିନ୍ତୁ େକନ୍ଦ୍ରୀୟ ଅନୁଦାନ ବଢିବା କମିବା ସହିତ ଅତିରିକ୍ତ ବଜେଟ୍ ରାଶିର ଏକ ସିଧାସଳଖ ସଂପର୍କ ରହିଥିବା କାରଣରୁ ସରକାର େଘାଷଣା କରିଥିବା ସମସ୍ତ ପ୍ରକଳ୍ପ େଯ ଅତିରିକ୍ତ ବଜେଟରେ ସ୍ଥାନ ପାଇଥିବ, ତାହା ମଧ୍ୟ ଆଶା କରାଯାଇନପାରେ।
ଏମିତିରେ ବି ସରକାରଙ୍କ ଆୟର ସୂତ୍ର ମଧ୍ୟ ଏଥର େବଶ୍ ଉଲ୍ଲେଖନୀୟ ନାହିଁ, ଏକଥା ଗତ ସେପ୍ଟେମ୍ବର ଯାଏ ରାଜସ୍ବ ଆଦାୟର ସ୍ଥିତି ଦେଖିଲେ ସହଜରେ ବୁଝିହେଉଛି। ସାମଗ୍ରିକ ରାଜସ୍ବ ଆଦାୟ ଗତବର୍ଷ ସେପ୍ଟେମ୍ବର ତୁଳନାରେ ମାତ୍ର ୮.୧% ବୃଦ୍ଧି ଘଟିଛି। ଅଣଟିକସ େକ୍ଷତ୍ରରେ ଏହି ହାର ୧୦.୪୬% ରହିଛି। ସେହିଭଳି ନିଜସ୍ବ ରାଜସ୍ବ େକ୍ଷତ୍ରରେ ଅଭିବୃଦ୍ଧି ହାର ୭.୧୬% େବାଲି ଅର୍ଥ ବିଭାଗ ନିଜେ ସୂଚନା ଦେଇଛି। ଏଣୁ ଏହି ଅତିରିକ୍ତ ବଜେଟ୍ ପଛରେ ଏକ ବଡ଼ ସମ୍ବଳର ସମର୍ଥନ ସମ୍ଭାବନା ମଧ୍ୟ ନାହିଁ େବାଲି କୁହାଯାଇପାରେ।
ଏହି ମହଲର ଆହୁରି ଯୁକ୍ତି େହଉଛି, ଅର୍ଥ ସଚିବ ପୂର୍ବରୁ ହିଁ ସୂଚାଇ ସାରିଛନ୍ତି େଯ ଏଥର ଅତିରିକ୍ତ ବଜେଟରେ ବେଶ ଉଲ୍ଲେଖନୀୟ ଦିଗ ରହିବ ନାହିଁ। କାରଣ ବିଭିନ୍ନ ବିଭାଗକୁ ସେ ନିଜେ ଚିଠି ଲେଖିଥିଲେ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ସମୟରେ ବିତ୍ତୀୟ ନିଅଣ୍ଟକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପିର ୩.୫ ପ୍ରତିଶତ ମଧ୍ୟରେ ରଖିବା ଲାଗି ସ୍ଥିର କରାଯାଇଛି। ମୂଳ ବଜେଟ୍ ପ୍ରସ୍ତୁତ ସମୟରେ ଏହାର ସମ୍ପୂର୍ଣ୍ଣ ବିନିଯୋଗ କରାଯାଇସାରିଛି। ଅତଏବ, ମୂଳ ବଜେଟ୍ ବାହାରେ େଖାଲା ବଜାରରୁ ଆଉ ଅଧିକ ଋଣ ଆଣିବା ସମ୍ଭାବନା ଆଦୌ ନାହିଁ। ଏପଟେ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ ନହେଲେ କୌଣସି କ୍ଷେତ୍ର ପାଇଁ ଅଧିକ ଅର୍ଥ ବ୍ୟୟ କରିବା ସମ୍ଭବ ପର ହେବନାହିଁ। ତେଣୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ପ୍ରସ୍ତାବରେ ବଜେଟ ରାଶିକୁ କେବଳ ଏପଟସେପଟ କରାଯାଇ ପାରିବ। ଅର୍ଥାତ୍ ଗୋଟିଏ ୟୁନିଟର ଖର୍ଚ୍ଚକୁ ହ୍ରାସ କରି ଅନ୍ୟ ୟୁନିଟରେ ଲଗାଯାଇ ପାରିବ। ଅର୍ଥାତ୍ ଗୋଟିଏ ୟୁନିଟରେ ପ୍ରଶାସନିକ ବିଭାଗ ଗୁଡ଼ିକ ଅର୍ଥ ସଞ୍ଚୟ କରିଲେ ଯାଇ ସେହି ପରିମାଣର ଅର୍ଥ ଅନ୍ୟ ୟୁନିଟରେ ହିଁ ଖର୍ଚ୍ଚ କରିପାରିବେ।
୨୦୧୯-୨୦ ବର୍ଷରେ େଖାଲାବଜାରରୁ ୧୬ ହଜାର ୪୩୪ େକାଟି ଟଙ୍କା ଋଣ ଉଠାଯିବାକୁ ମୂଳ ବଜେଟରେ ଲକ୍ଷ୍ୟ ରଖାଯାଇଥିଲା। ସମୁଦାୟ ୨୩ ହଜାର ୭୮୪ େକାଟି ଟଙ୍କା ସରକାର ବିଭିନ୍ନ େକ୍ଷତ୍ରରୁ ଋଣ କରିବେ େବାଲି ଆକଳନ କରିଥିଲେ। ଏହାକୁ ଆଧାର କରି ହିସାବ କରାଯାଇଥିଲା େଯ ବର୍ଷ ଶେଷସୁଦ୍ଧା ୧ଲକ୍ଷ ୬ହଜାର କୋଟି ଟଙ୍କା ଋଣ ପରିମାଣ ଛୁଇଁବ।
ସରକାର ସେ ସମୟରେ ଆଶ୍ବସ୍ତ କରିଥିଲେ େଯ ୨୩ ହଜାର େକାଟି ଋଣ ଉଠାଇଲେ ବି ଏହା ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୧୯.୭ % ହେବ। ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍ ହେବା ଆବଶ୍ୟକ। ଏହି ସୀମା ଭିତରେ ଓଡ଼ିଶା ସରକାର ଅଛନ୍ତି।