୨୦୮୩ କୋଟି ମୂଲ୍ୟର ୭ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଂକେତ

ଭୁବନେଶ୍ବର :  ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୧୦୨ ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୦୮୩ କୋଟି ଟଙ୍କା ମୂଲ୍ୟର ୭ଟି ଶିଳ୍ପ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  ।

ଏହି ୭ଟି ପ୍ରକଳ୍ପ ମଧ୍ୟରେ ରହିଛି ବାଲେଶ୍ବରର ବାଳଗୋପାଳପୁରଠାରେ ୮୭୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଇଥାନଲ ପାଣ୍ଟ  । ଏହି ପ୍ରକଳ୍ପରେ ୧୯୪ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  । ସେହିପରି ନବରଙ୍ଗପୁରର ଉମରକୋଟଠାରେ ୫୦୦ କୋଟି ଟଙ୍କା ବିନିଯୋଗରେ ଏକ ଇଥାନଲ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  । ଏହି ପ୍ରକଳ୍ପରେ ୨୪୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  । ଅନୁଗୁଳ ଜିଲ୍ଲାର ବନ୍ତଳାଠାରେ ୧୨୫ କୋଟି ଟଙ୍କା ବିନିଯୋଗରେ ଆଉ ଏକ ଇଥାନଲ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ଏହି ପ୍ରକଳ୍ପରେ ୬୫୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ।

ଅନ୍ୟପକ୍ଷରେ କୁଜଙ୍ଗଠାରେ ଏକ ମଲଟିମୋଡାଲ ଲଜିଷ୍ଟିକ୍ସ ପାର୍କ ନିର୍ମାଣ କରାଯିବ । ଏହି ପ୍ରକଳ୍ପରେ ୧୦୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବଲାଙ୍ଗୀରର ସଇଁତଳାଠାରେ ଆଦିତ୍ୟ ବିରଳା ପକ୍ଷରୁ ଏକ ସୋଲାର ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଅନ୍ୟପକ୍ଷରେ ଭୁବନେଶ୍ବରରେ ଏକ ପଂଚ ତାରକା ହୋଟେଲ, ଖୋର୍ଦ୍ଧାର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଠାରେ ଏକ ପଂଚ ତାରକା ହୋଟେଲ ପ୍ରତିଷ୍ଠାକୁ ଅନୁମତି ଦିଆଯାଇଛି ।

 

ସମ୍ବନ୍ଧିତ ଖବର