ମରୁଡ଼ି ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ମରୁଡ଼ି ସହାୟତା ଘୋଷଣା କରିଛନ୍ତି। ଅଣଜଳସେଚିତ ଅଞ୍ଚଳରେ ୩୩ ପ୍ରତିଶତ ଫସଲ ହାନୀ ପାଇଁ ରାଜ୍ୟ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮ଶହ ଟଙ୍କାର କୃଷି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସେହିପରି ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩ହଜାର ୫ଶହ ଟଙ୍କାର କୃଷି ସହାୟତା ଘୋଷଣା କରାଯାଇଛି।

ଖରିଫ ଫସଲ ମରୁଡ଼ି ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ଚାଷୀମାନଙ୍କୁ ରବି ଫସଲ ପାଇଁ ଆର୍ଥିକ ସହାୟତା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ମରୁଡ଼ି ଯୋଗୁଁ ଫସଲ ନଷ୍ଟ ହୋଇଥିବାରୁ ଖରିଫ ଫସଲ ପାଇଁ ନିଆଯାଇଥିବା ସ୍ୱଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦି ଋଣରେ ପରିବର୍ତ୍ତନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।
ସେହିପରି ଫସଲ ହାନୀ ଯୋଗୁଁ ଗ୍ରାମାଞ୍ଚଳର ଚାଷୀମାନେ ଗାଁ ସାହୁକାର ଓ ସୁଧ ବେପାରିଙ୍କ ଦ୍ୱାରା ଶୋଷଣର ଶିକାର ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ଏମାନଙ୍କ ଉପରେ କଡ଼ା ନଜର ରଖିବା ସହିତ ପୁଲିସ ଅପରାଧିକ ମାମଲା ରୁଜୁ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ମରୁଡ଼ି ଅଞ୍ଚଳରେ ଜଳକର ଆଦାୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ମରୁଡ଼ି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି ଛାଡ଼ ପାଇଁ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର