କଳାକାର ଭତ୍ତା ୧୨ଶହ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର କଳାସଂସ୍କୃତିର ସୁରକ୍ଷା ଓ କଳାକାରଙ୍କ ସ୍ୱାର୍ଥରକ୍ଷା ପାଇଁ କେତେକ ପଦକ୍ଷେପ ନେଇଛନ୍ତି । ଏହା ମଧ୍ୟରେ ରହିଛି କଳାକାର ଭତ୍ତା ପରିମାଣକୁ ୧୨ଶହ ଟଙ୍କାକୁ ବଢେଇଦିଆଯାଇଛି । ପୂର୍ବରୁ ଏହା ୧ ହଜାର ଟଙ୍କା ଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୫୦ ହଜାର କଳାକାର ଉପକୃତ ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

ସରକାର ଭତ୍ତା ପରିମାଣ ବଢାଇବା ସହ ବୟସସୀମାକୁ ମଧ୍ୟ କୋହଳ କରିଛନ୍ତି । ଏଣିକି ଏହି ଭତ୍ତା ପାଇବା ପାଇଁ ଜଣେ ପୁରୁଷ କଳାକାରଙ୍କ ବୟୟ ସର୍ବନିମ୍ନ ୫୦ ବର୍ଷ ହେବା ଆବଶ୍ୟକ । ପୂର୍ବରୁ ଏହା ୬୦ ବର୍ଷ ଥିଲା । ସେହିପରି ମହିଳା କରାକାରଙ୍କ କ୍ଷେତ୍ରରେ ଏହା ସର୍ବନିମ୍ନ ୪୦ ବର୍ଷ ରହିଛି । ରାଜ୍ୟର ପାରମ୍ପରିକ କଳା, ସଂଗୀତ ନିର୍ଦ୍ଦେଶକ, ପାଲାଗାୟକ, ଲୋକଗାୟକ ଆଦି ବିଭିନ୍ନ କ୍ଷେତ୍ରର କଳାକାରମାନେ ଏହି ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଏହି ଭତ୍ତା ପାଇବା ପାଇଁ ବିଡିଓ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ ।

ସମ୍ବନ୍ଧିତ ଖବର