ଭୁବନେଶ୍ବର: କରୋନାଭାଇସ୍ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେବା ନିମନ୍ତେ ରାଜ୍ୟ ସରକାର ହ୍ବାଟ୍ସ୍ଆପ୍ରେ କୋଭିଡ୍ ହେଲ୍ପ୍ଡେସ୍କ ଆରମ୍ଭ କରିଛନ୍ତି।
ହ୍ବାଟ୍ସ୍ଆପ୍ରେ କୋଭିଡ୍-୧୯ ସଂକ୍ରାନ୍ତ ସମସ୍ତ ଅପ୍ଡେଟ୍ସ୍ ପାଇବା ନିମନ୍ତେ ୯୩୩୭୯୨୯୦୦୦ ହାଇ ‘Hi’ କିଂବା bi.ly/OGCovidWhatsAppରେ କ୍ଲିକ୍ କରି ପାରିବେ।
#Odisha Government has launched its COVID Helpdesk on #WhatsApp.
Send 'Hi' on 9337929000 to receive all #COVID19 updates on WhatsApp or Click : https://t.co/VdqzEBujwD#OdishaFightsCorona pic.twitter.com/IvOUEGbg1R
— H & FW Dept Odisha (@HFWOdisha) April 22, 2020
ଏ ସଂକ୍ରାନ୍ତରେ ଟୁଇଟ୍ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ଯେ କୋଭିଡ୍-୧୯ ସଂକ୍ରାନ୍ତ ସଦ୍ୟତମ ଘଟଣାବଳୀ, ସୂଚନା ଏବଂ ପରିସଂଖ୍ୟନ ଏବେ ଅତି ସହଜରେ ମିଳିପାରିବ।
ଆଜି ରାଜ୍ୟ ପରିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ସମୁଦାୟ କରେନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୨। ସେମାନଙ୍କ ମଧ୍ୟରୁ ୩୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।