ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ୧ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବାର୍ଷିକ ବଜେଟ୍ (୨୦୧୯-୨୦ ଆର୍ଥିକ ବର୍ଷ) ବିଧାନସଭାରେ ଉପସ୍ଥାପନ କରିଛନ୍ତି। ବିଗତ ବର୍ଷ ତୁଳନାରେ ବଜେଟ୍ର ଆକାର ୧୦.୪% ବୃଦ୍ଧି ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ଅର୍ଥାତ୍ ପଞ୍ଚଦଶ ବିଧାନସଭାର ଏହା ହେଉଛି ଶେଶଷ ବଜେଟ୍। ଯେହେତୁ ନୂଆ ସରକାରଙ୍କର ନୂତନ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିବାର ଅଧିକାର ଅଛି, ଏଣୁ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତେ ପ୍ରଥମ ଚାରିମାସ ପାଇଁ ୫୬ହଜାର ୯୨୧ କୋଟି ଟଙ୍କାର ଲେଖାନୁଦାନ ଆସନ୍ତାକାଲି ପାରିତ ହେବ। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ (୯୦ କୋଟି) ନିମନ୍ତେ ଶତପ୍ରତିଶତ ଓ ଅନ୍ୟାନ୍ୟ ବାର୍ଷିକ ବ୍ୟୟ ଅଟକଳର ୪୦% ଅର୍ଥ ବରାଦ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ୧ଲକ୍ଷ ୨୦ହଜାର ୨୮ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିଲା।
ଅନ୍ତରୀଣ ବଜେଟରେ ସ୍ବତନ୍ତ୍ର ଭାବେ କୃଷି ବଜେଟ୍ ଉପସ୍ଥାପନ କରାଯାଇନାହିଁ। କିନ୍ତୁ କୃଷି ଓ ଆନୁସଙ୍ଗିକ େକ୍ଷତ୍ର ପାଇଁ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି। ଏଥର ଅର୍ଥମନ୍ତ୍ରୀ ୧୯ ହଜାର ୫୫୭ େକାଟି ଟଙ୍କା ଏ ବାବଦରେ ବରାଦ କରିଛନ୍ତି। ତେବେ ବଜେଟକୁ ନିେରଖି େଦଖିଲେ ଏକଥା ଜଳଜଳ େହାଇ ଦିଶୁଛି େଯ ଏକ ବଡ଼ ପରିମାଣର ଅର୍ଥ ଋଣ ଜରିଆେର ଭରଣା କରିବା ଲାଗି ଅର୍ଥମନ୍ତ୍ରୀ େଯାଜନା କରିଛନ୍ତି।
ବଜେଟ୍ରେ ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବାସ୍ତବ ସାମଗ୍ରିକ ଘରୋଇ ଉତ୍ପାଦ ୨୦୧୮-୧୯ମସିହାରେ ଜାତୀୟ ଅଭିବୃଦ୍ଧି ହାର ୭.୨%କୁ ଅତିକ୍ରମ କରି ୮.୩୫%ରେ ପହଞ୍ଚିବ। ଗତ ୬ବର୍ଷର ଜାତୀୟ ଆର୍ଥିକ ଅଭିବୃଦ୍ଧି ହାର ହାରାହାରି ୭.୧% ରହିଥିବା ବେଳେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୮%ରୁ ଅଧିକ । ରାଜ୍ୟର ବଳିଷ୍ଠ ଅର୍ଥନୀତି େଯାଗୁଁ ଏହା ସମ୍ଭବ େହାଇଛି େବାଲି ଶ୍ରୀ େବହେରା ଦାବି କରିବା ସହିତ ସୂଚାଇଛନ୍ତି େଯ ବିଶ୍ବ ଓ ରାଷ୍ଟ୍ରୀୟ ଅର୍ଥନୀତି ଅଭିବୃଦ୍ଧିର ଏହି ଧାରା ଅବ୍ୟାହତ ରହିଲେ ରାଜ୍ୟ ଅର୍ଥନୀତି ୨୦୧୯-୨୦ ମସିହାରେ ୮ରୁ ୮.୫%କୁ ବୃଦ୍ଧି େହାଇପାରେ।
କୌତୂହଳର କଥା େହଲା, େକନ୍ଦ୍ର ସରକାରଙ୍କ ଭଳି ଓଡ଼ିଶାର ବଜେଟରେ ଏଥର େଠାସ୍ ଭାବେ କିଛି କାର୍ଯ୍ୟକ୍ରମ ବା ନୂଆ େଘାଷଣା ସରକାର କରିନାହାନ୍ତି। ବରଂ ଗତ ଦିନରେ େଯଉଁସବୁ ବଡ଼ ବଡ଼ ୨୯ଟି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ େଘାଷଣା କରିଥିଲେ, ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ତା ଉପରେ ଗୁରୁତ୍ବ େଦଇଛନ୍ତି। େସସବୁ ବାବଦରେ ଆବଶ୍ୟକ ଅର୍ଥ ବରାଦ କରି ଅର୍ଥମନ୍ତ୍ରୀ ସଙ୍କେତ ଦେଇଛନ୍ତି େଯ କ୍ଷମତାକୁ ଆସିଲେ, ଏହି େଯାଜନା ବନ୍ଦ େହବାର ନାହିଁ।
ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ କେନ୍ଦ୍ରୀୟ ଢାଞ୍ଚାରେ ସରକାର ବଜେଟ୍ ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ଏଥର ବି ସମୁଦାୟ ବଜେଟ୍କୁ ପ୍ରଶାସନିକ ଖର୍ଚ୍ଚ, କାର୍ଯ୍ୟକ୍ରମ ଖର୍ଚ୍ଚ, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ଓ ରାଜ୍ୟ ସରକାରଙ୍କ ଦ୍ବାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ଏହିଭଳି ମୋଟ ୪ ଭାଗରେ ବିଭକ୍ତ କରାଯାଇଛି।
ବଜେଟ୍ରେ ମୋଟ ଆୟ ୧ଲକ୍ଷ ୧୦ ହଜାର ୭୧୦ କୋଟି ଟଙ୍କା ହେବ ବୋଲି ଦର୍ଶାଯାଇଥିବା ବେଳେ ୧ଲକ୍ଷ ୨ହଜାର ୨୨୭ କୋଟି ୨୧ଲକ୍ଷ ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ଦିଆଯାଇଛି। ଏହାଦ୍ବାରା ବର୍ଷ ଶେଷ ବେଳକୁ ୮ହଜାର ୪୩୩ କୋଟି ଟଙ୍କା ରାଜସ୍ବ ବଳକା (ସାମଗ୍ରିକ ଘରୋଇ ଉତ୍ପାଦର ୧.୬%) ହେବ ବୋଲି ଆକଳନ କରାଯାଇଛି।
ଅନ୍ୟପକ୍ଷରେ ବିତ୍ତୀୟ ନିଅଣ୍ଟ ଅର୍ଥାତ୍ ଆୟ ତୁଳନାରେ ବ୍ୟୟରେ ଅନ୍ତର ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ୍ୟ ୩% ମଧ୍ୟରେ ସୀମିତ ରହିବ। ଏଥର ବଜେଟ୍ ସୂଚାଉଛି ଯେ ଏହି ନିଅଣ୍ଟ ରାଶି ୧୬ ହଜାର ୧୯୩ କୋଟି ଟଙ୍କା ଛୁଇଁଯିବ।
ତେବେ ବଜେଟ୍ରେ ଆୟ ବୃଦ୍ଧି ପାଇଁ କୌଣସି ନୂଆ ପ୍ରସ୍ତାବ ନାହିଁ। ଅର୍ଥମନ୍ତ୍ରୀ ପରୋକ୍ଷରେ ସୂଚାଇଛନ୍ତି, କୌଣସି ନୂଆ ଟିକସ ମଧ୍ୟ ବସାଯିବ ନାହିଁ। ତେବେ ଦ୍ରବ୍ୟ ସେବା କର ଆଇନ ରାଜ୍ୟ ସରକାର ଲାଗୁ କରିଛନ୍ତି ଓ ଜିଏସ୍ଟି କ୍ଷତିପୂରଣ ନିମନ୍ତେ ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ସ˚ଗ୍ରହକୁ ମୂଳ ବର୍ଷ ରୂପେ ଗ୍ରହଣ କରି ପ୍ରତିବର୍ଷ ୧୪ପ୍ରତିଶତ ଅଭିବୃଦ୍ଧି ହାରରେ କ୍ଷତିପୂରଣ ନିରୂପଣ ହୋଇଛି। ଏଣୁ ଟିକସ ହାନି ଡ଼ର ନାହିଁ ବା ଏଥିଲାଗି ସରକାର ବିଚଳିତ ନାହାନ୍ତି।
ସେପଟେ ଖର୍ଚ୍ଚ ସ˚ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ୨୦୧୯-୨୦ବର୍ଷରେ ଦରମା ବାବଦରେ ୨୫ ହଜାର ୫୦୦ କୋଟି, ପେନସନ୍ ବାବଦରେ ୧୩ହଜାର ୩୦୦ କୋଟି, ସୁଧ ବାବଦରେ ୬ହଜାର ୫୦୦ କୋଟି, ପୁଞ୍ଜି ସ˚ପତ୍ତି ପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ୪୮୮୦ କୋଟି ଏହିଭଳି ମୋଟ ୫୮ହଜାର ୧୭୦ କୋଟି ପ୍ରଶାସନିକ ଖର୍ଚ୍ଚ କରାଯିବ।
କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୭୦ ହଜାର କୋଟି ଟଙ୍କା ବରାଦ କରାଯାଇଛି, ଯେଉଁଥିରୁ ସରକାରୀ କ୍ଷେତ୍ର ପାଇଁ ୬୬ ହଜାର କୋଟି ଓ ସରକାରୀ ଉଦ୍ୟୋଗ ପାଇଁ ୪ହଜାର କୋଟି ଟଙ୍କା ବରାଦ କରାଯାଇଛି। ଅର୍ଥାତ୍ ଗତଥର ଭଳି ଏଥର ମଧ୍ୟ ମୋଟ୍ ବଜେଟ୍ର ଅଧାରୁ ଅଧିକ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ବ୍ୟୟ କରିବା ଲାଗି ଯୋଜନା କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ ୨୦୦୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାବ୍ୟତୀତ ରାଜ୍ୟରୁ ସ୍ଥାନୀୟ ନିକାୟ ସ˚ସ୍ଥାମାନଙ୍କୁ ୬ ହଜାର ୪୯୦କୋଟି ଟଙ୍କା ହସ୍ତାନ୍ତର କରାଯିବ।
ପୁଞ୍ଜି ଖର୍ଚ୍ଚ ବାବଦରେ ସରକାର ୨୩ ହଜାର ୭୮୪ କୋଟି ଟଙ୍କା ଆକଳନ କରିଛନ୍ତି। ଏହା ସାମଗ୍ରିକ ଘରୋଇ ଉତ୍ପାଦର ପ୍ରାୟ ୪.୪%। ଅତିରିକ୍ତ ଭାବେ ଋଣ ଓ ଅଗ୍ରୀମ, ପୁଞ୍ଜି ସ˚ପତ୍ତି ନିର୍ମାଣ ପାଇଁ ଅନୁଦାନ ଓ ପୁଞ୍ଜି ସ˚ପତ୍ତି ସୃଷ୍ଟି ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ମୋଟ ବ୍ୟୟ ବରାଦ ୧୦ହଜାର େକାଟି ଟଙ୍କା ରହିଛି। ଏହା ସାମଗ୍ରିକ ଘରୋଇ ଉତ୍ପାଦର ୨%।
ରାଜସ୍ବ ପ୍ରାପ୍ତି ସ˚ପର୍କରେ ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ନିଜସ୍ବ ଓ କେନ୍ଦ୍ରୀୟ ଟିକସ ଓ ଅନୁଦାନ ଆଦି ମିଶାଇ ମୋଟ ୧ଲକ୍ଷ ୧୦ ହଜାର ୭ଶହ କୋଟି ଟଙ୍କା ମିଳିବ। ଏଥିରୁ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅ˚ଶ ବାବଦକୁ ୩୯ ହଜାର ୨୦୬ କୋଟି, ରାଜ୍ୟର ନିଜସ୍ବ ଟିକସ ୩୩ହଜାର ୦୦୦ କୋଟି ଟଙ୍କା, ନିଜସ୍ବ ଅଣ ଟିକସ ବାବଦରେ ୧୨ହଜାର କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୨୬ ହଜାର ୫୦୩ କୋଟି ୪୧ଲକ୍ଷ ଟଙ୍କା ମିଳିବ।