ଭୁବନେଶ୍ୱର: ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲା ତଥା ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରେ ଲକଡାଉନ ସମୟରେ ଓଡିଶା ସରକାର ନିଜ କର୍ମଚାରୀଙ୍କ ପାଇଁ ‘ୱାର୍କ ଫ୍ରମ୍ ହୋମ’ ପ୍ରୋଟୋକଲ୍ ଗ୍ରହଣ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତିରେ ଆଜି କୁହାଯାଇଛି।
ଲକଡାଉନ୍ ଅବଧି ମଧ୍ୟରେ, ରାଜ୍ୟର ସରକାରଙ୍କ ବିଭାଗଗୁଡ଼ିକ ସାଧାରଣତଃ ଓଡିଶା ସେକ୍ରେଟାରିଏଟ୍ ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ(ଓଏସଡ଼ବ୍ଲ୍ୟୁଏଏସ) ଜରିଆରେ ସରକାରୀ କାର୍ଯ୍ୟ କରିଥାଆନ୍ତି। ତେବେ ଭର୍ଚୁଆଲ୍ ପର୍ସନାଲ୍ ନେଟୱାର୍କ ସୁବିଧା ବ୍ୟବହାର କରି କର୍ମଚାରୀ ଓଏସଡ଼ବ୍ଲ୍ୟୁଏଏସରେ କାମ କରିବେ | ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରତ୍ୟେକ ବିଭାଗର ଇସୁ ଏବଂ ରିସିପ୍ଟ ବିଭାଗ ରୋଷ୍ଟର ଆଧାରରେ କାର୍ଯ୍ୟ କରିବ । ଯେଉଁ ସବୁ ଚିଠି ଆସିବ ତାହା ସ୍କାନ କରାଯାଇ ଓଏସଡ଼ବ୍ଲ୍ୟୁଏଏସରେ ଅପଲୋଡ୍ ହେବ ଏବଂ ଜାରି କରାଯାଉଥିବା ଚିଠି ମଧ୍ୟ ଏଥିରେ ଅପଲୋଡ୍ କରାଯିବ।
/sambad/media/post_attachments/wp-content/uploads/2019/10/secretariat-750x384.jpg)
ତେବେ ଗୁରୁତ୍ବ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାମ କରିବ ବା କେତେ କର୍ମଚାରୀ କାମ କରିବେ ସେ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ସ୍ଥିର କରିବେ । ଓଏସଡ଼ବ୍ଲ୍ୟୁଏଏସ ଏବଂ ଅନ୍ୟାନ୍ୟ ଆଇଟି ଏବଂ ଟେଲିକମ୍ ସେବାଗୁଡିକର ନିରବଚ୍ଛିନ୍ନ କାର୍ଯ୍ୟକୁ ନିଶ୍ଚିତ କରିବାକୁ ରାଜ୍ୟ ଆଇଟି କେନ୍ଦ୍ର ୨୪ × ୭ ସହାୟତା ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି।
ଏହି ଅବଧି ମଧ୍ୟରେ, ସମସ୍ତ କର୍ମଚାରୀ ମୁଖ୍ୟାଳୟରେ ଉପସ୍ଥିତ ରହିବେ ଏବଂ ଆବଶ୍ୟକସ୍ଥଳେ ସ୍ୱଳ୍ପ ନୋଟିସରେ ଅଫିସରେ ଯୋଗଦେବେ ଏବଂ ସବୁବେଳେ ଟେଲିଫୋନ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବେ | ଜରୁରୀ ବିଷୟଗୁଡିକ ସମାଧାନ କରିବାକୁ, ସଂପୃକ୍ତ ପ୍ରଶାସନିକ ବିଭାଗର ସଚିବମାନେ ମନୋନୀତ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବରେ କାର୍ଯ୍ୟାଳୟରେ ଯୋଗଦେବାକୁ କହିପାରିବେ | ଲକଡାଉନ୍ ଅବଧି ମଧ୍ୟରେ ସଭାଗୁଡ଼ିକୁ ଏଡାଇ ଦିଆଯିବ ଏବଂ ଭର୍ଚୁଆଲ୍ ମିଟିଂ ଡିଫଲ୍ଟ ବିକଳ୍ପ ହେବ ବୋଲି ଏଥିରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-140.jpg)