ରସଗୋଲା ଲଢ଼େଇ : ୭ଦିନ ଭିତରେ ଜିଆଇ ପାଇଁ ଆବେଦନ କରିବେ ସରକାର

ଭୁବନେଶ୍ୱର : ‘ବାଂଲାର୍‌ ରସଗୋଲା’ ଜିଆଇ ମାନ୍ୟତା ପାଇବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଗତକାଲି ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟ ସରକାର ଜିଆଇ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ କହିଛନ୍ତି।

ଗତ ଦୁଇ ଦିନ ତଳେ ବାଂଲାର୍‌ ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା। ଦୁଇ ବର୍ଷ ଧର ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଜିଆଇ ଆବେଦନ କରିପାରି ନାହାନ୍ତି। ଓଡ଼ିଶାରେ ରସଗୋଲା ବ୍ୟବହାରର ଐତିହାସିକ ପ୍ରମାଣ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲେ ହେଁ ସରକାର ଏଥିରେ ଗୋଟିଏ ପାଦ ଆଗେଇ ପାରି ନାହାନ୍ତି। ବରଂ ରସଗୋଲାକୁ ନେଇ କେଉଁ ବିଭାଗ କାଗଜପତ୍ର ପ୍ରସ୍ତୁତ କରିବ ସେ ନେଇ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ଚାଲିଛି। ସରକାରୀ ବାବୁଙ୍କ ମନମାନୀ ଯୋଗୁଁ ଓଡ଼ିଶାର ରସଗୋଲା ଜିଆଇ ମାନ୍ୟତା ପାଇବାରେ ବିଳମ୍ବ ହୋଇଛି।

ସମ୍ବନ୍ଧିତ ଖବର