ସରକାରୀ ଡିଗ୍ରି କଲେଜରେ ନିଯୁକ୍ତ ହେବେ ୬୦୬ ଅଧ୍ୟାପକ, ସର୍ବୋଚ୍ଚ ବୟସ ସୀମା ୪୮କୁ ବୃଦ୍ଧି

ଭୁବନେଶ୍ବର : ସରକାରୀ ଡିଗ୍ରି କଲେଜରେ ଅଧ୍ୟାପକ ପଦ ପାଇଁ ଆବେଦନ ବୟସ ସୀମା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ସର୍ବୋଚ୍ଚ ବୟସ ସୀମା ୩୩ ବର୍ଷ ରହିଛି। ତାହାକୁ ୪୮ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଓଇଏସ୍‌(ସିବି) ରିକ୍ୟୁଟ୍‌ମେଣ୍ଟ ରୁଲ୍ସ-୧୯୯୦ରେ ସଂଶୋଧନ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି। ତାହାକୁ ଦୃଷ୍ଟିରେ ରଖି ସରକାରୀ ଡିଗ୍ରି କଲେଜରେ ନିଯୁକ୍ତି ହେବାକୁ ଥିବା ୬୦୬ ଅଧ୍ୟାପକ ପଦ ଲାଗି ଏବେ ବିଜ୍ଞପ୍ତି ପ୍ରକାଶ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ସ୍ନିଗ୍ଧା ଚମ୍ପତିରାୟ ଆଜି ଓପିଏସ୍‌ସିର ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର