ଗାନ୍ଧୀ ଜୟନ୍ତୀରେ ମୁକ୍ତି ପାଇବେ ୧୭ ବନ୍ଦୀ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ବନ୍ଦୀମାନଙ୍କୁ ସ୍ୱତନ୍ତ୍ର ଯୋଜନାରେ ମୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଧାରରେ ରାଜ୍ୟ ସରକାର ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ୩୦.୮.୨୦୧୮ରେ ୧୭ ଜଣ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ସରକାରଙ୍କୁ ସୁପାରିସ୍‌ କରିଛନ୍ତି। ସେହିପରି ୨୦୧୯ ଏପ୍ରିଲ୍‌ ୬ ତାରିଖରେ ଦାଣ୍ଡି ପଦଯାତ୍ରା ଉପଲକ୍ଷେ ବନ୍ଦୀମାନଙ୍କୁ ସ୍ୱତନ୍ତ୍ର ଯୋଜନାରେ ମୁକ୍ତ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ୨୦୧୯ ଜାନୁଆରି ୬ ତାରିଖରୁ ଆରମ୍ଭ ହେବ। ଆଜି ବିଧାୟକ ନବକିଶୋର ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର