ଭୁବନେଶ୍ବର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଥମ ପର୍ଯ୍ୟାୟରେ ଏକ ହଜାର ହଷ୍ଟେଲ୍ରେ ସିସିଟିଭି କ୍ୟାମେରା ଲଗାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ହଷ୍ଟେଲରେ କ୍ୟାମେରା ବ୍ୟବସ୍ଥା ହେବ। ଏଥିପାଇଁ ଓଡ଼ିଶା ପୁଲିସ ହାଉସିଂ ୱେଲ୍ଫେୟାର୍ କର୍ପୋରେସନ୍କୁ ଦାୟିତ୍ବ ଦିଆଯାଇଛି। ଟେଣ୍ଡର ମାଧ୍ୟମରେ କର୍ପୋରେସନ୍ ଏହି କାର୍ଯ୍ୟ କରିବ। ଏଥିପାଇଁ ରାଜ୍ୟ ଯୋଜନା ଅର୍ଥରୁ ୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଏବେ ବିଭାଗ ଦ୍ବାରା ପରିଚାଳିତ ୭ ହଜାର ହଷ୍ଟେଲ୍ରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହି ପାଠପଢ଼ୁଛନ୍ତି। ଏଥିସହ ପ୍ରି-ମାଟ୍ରିକ୍, ପୋଷ୍ଟ ମାଟ୍ରିକ୍ ବୃତ୍ତି ବାବଦରେ ରାଜ୍ୟ ସରକାର ବାର୍ଷିକ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ହଜାରେ ଏସ୍ସି/ଏସ୍ଟି ହଷ୍ଟେଲରେ ସିସିଟିଭି
/sambad/media/post_attachments/wp-content/uploads/2018/11/cctv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)