୫ ବର୍ଷ ବଢିପାରେ କାଳିଆ ଯୋଜନାର ଅବଧି, ପୁରସ୍କୃତ ହେବେ ସଫଳ ଚାଷୀ

ଭୁବନେଶ୍ବର: ଚୁଡାନ୍ତ କୃଷି ନୀତି ପୂର୍ବରୁ ପ୍ରକାଶ ପାଇଲା ଚିଠା ପ୍ରସ୍ତାବ । କୃଷି ଓ କୃଷକଙ୍କ ବିକାଶ ପାଇଁ ନୂଆ କୃଷିନୀତି । କାଳିଆ ଯୋଜନା ଓ ଚାଷୀଙ୍କ ଆୟ ବୃଦ୍ଧିକୁ ଫୋକସରେ ରଖାଯାଇଛି । କାଳିଆ ଯୋଜନାକୁ ଚାଲୁ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି । କାଳିଆ ଯୋଜନାର ଅବଧି ୫ ବର୍ଷ ବଢାଇବା ପାଇଁ ପ୍ରସ୍ତାବ ଦେଇଛି କୃଷି ବିଭାଗ । କାଳିଆ ଯୋଜନାରେ ସଫଳତା ପାଇଥିବା ଚାଷୀଙ୍କୁ ପୁରସ୍କୃତ କରାଯିବ । ମହିଳା ଚାଷୀ ଓ ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଇଛି । ୧୭ଟି ଜିଲ୍ଲାରେ ଚାଷୀଙ୍କ ଆୟ କମ ଥିବା ନେଇ ଏହି ଡ୍ରାଫ୍ଟରେ ଉଲ୍ଲେଖ କରାଯାଇଛି ।

ରାଜ୍ୟ ସରକାର ନୂଆ କୃଷି ନୀତି-୨୦୧୯ ଆଣିବାକୁ ଯାଉଛନ୍ତି । ଏହା ପୂର୍ବରୁ କୃଷି ବିଭାଗ ପକ୍ଷରୁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି , ଯେଉଁଥିରେ ଉଭୟ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ ଦିଆଯିବା ସହ କାଳିଆ ଯୋଜନାକୁ ଆହୁରି ୫ ବର୍ଷ କାଳ ଚାଲୁ ରଖିବାକୁ ପ୍ରସ୍ତାବ ଦେଇଛି କୃଷି ବିଭାଗ ।

Image result for woman farmers
photo-thelogicalindian.com

ଏଥି ସହିତ ମହିଳା ଚାଷୀଙ୍କ ଉପରେ ମଧ୍ୟ ଗୁରୁତ୍ବ  ଦେଇଛନ୍ତି ରାଜ୍ୟ ସରକାର । କିଭଳି ଭାବରେ ମହିଳା ଚାଷୀଙ୍କୁ ଅଧିକ ପରିମାଣରେ ସୁଧ ଦିଆଯିବ ଏବଂ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟଗୁଡିକ କିଭଳି ବଜାରରେ ଉଚିତ ମୂଲ୍ୟରେ ବିକ୍ରି କରାଯାଇପାରିବ, ତା ଉପରେ ମଧ୍ୟ ଏହି ଡ୍ରାଫ୍ଟରେ ଗୁରୁତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର