ଭୁବନେଶ୍ୱର : ପଛୁଆ ବର୍ଗ(ଓବିସି/ଏସ୍ଇବିସି) ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ନିର୍ମାଣ କରିବେ ୧୦୦ ଛାତ୍ରାବାସ। ପ୍ରତି ଛାତ୍ରାବାସରେ ରହିବ ୧୦୦ ସିଟ୍। ୧୪ଟି ପ୍ରମୁଖ ଶିକ୍ଷା କେନ୍ଦ୍ରଗୁଡ଼ିକରେ ଏହା ପ୍ରତିଷ୍ଠା କରାଯିବ। ଏଥି ପାଇଁ ବଜେଟ୍ ରହିଛି ୧୮୫ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଆୟ ବାର୍ଷିକ ଏକ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ଏବଂ ସରକାରୀ କିମ୍ବା ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିବେ, ସେହିମାନେ ହିଁ ପ୍ରସ୍ତାବିତ ହଷ୍ଟେଲ୍ରେ ରହିପାରିବେ। ସମ୍ପୂର୍ଣ୍ଣ ମେଧା ଭିତ୍ତିରେ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯିବ।
ପଛୁଆ ବର୍ଗଙ୍କ ପାଇଁ ୧୦୦ ହଷ୍ଟେଲ୍
/sambad/media/post_attachments/wp-content/uploads/2018/03/uniform001.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)