ବ୍ୟାଙ୍କ, ଏଟିଏମ୍‌ରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ରିଜର୍ଭ ବ୍ୟାଙ୍କକୁ ଚିଠି‌ ଲେଖିଲେ ରାଜ୍ୟ ସରକାର

ଓସାକ୍ସ ପକ୍ଷରୁ ନିର୍ଦେଶନାମା ଜାରି: ସ୍ବାସ୍ଥ୍ୟ କ୍ୟାମ୍ପ୍ କରିପାରିବେନି ଟିଆଇ ଓ ଏଲଡବ୍ଲୁଏସ୍

ଭୁବନେଶ୍ବର : ରାଜ୍ୟରେ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଯାଇଥିବାରୁ ସରକାର ଏଥିପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଯୁଦ୍ଧକାଳୀନ ଭିତ୍ତିରେ ନେଉଛନ୍ତି। ଲୋକଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପୃଥକାବାସ କେନ୍ଦ୍ର ପ୍ରତିଷ୍ଠାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀମାନଙ୍କୁ ଆଗୁଆ ପେନସନ୍ ଏବଂ ଅନୁଦାନ ଆଦି ଆଗୁଆ ପ୍ରଦାନ କରାଯାଉଛି। ଗୋଟିଏ ପଟେ ସରକାର ଏସବୁ ପ‌ଦକ୍ଷେପ ନେଉଥିବାବେଳେ ଅନ୍ୟପକ୍ଷରେ ଲୋକଙ୍କ ଏହି ପରିସ୍ଥିତିର ସାମ୍ନା କରିବା ପାଇଁ ସବୁ ସମୟରେ ପର୍ଯ୍ୟାପ୍ତ ଅର୍ଥ ରହିବାର ଆବଶ୍ୟକତା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କରେନ୍ସି ଚେଷ୍ଟ୍‌, ବ୍ୟାଙ୍କ ଶାଖା ଓ ଏଟିଏମ୍‌ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଉପଲବ୍ଧ ହେବାର ଆବଶ୍ୟକତା ରହିଛି। ଯେକୌଣସି ପ୍ରକାର ଜରୁରିକାଳୀନ ପରିସ୍ଥିତିର ମୁକାବିଲା ଲାଗି ଅର୍ଥର ଅଭାବ ଯେଭଳି ପ୍ରତିବନ୍ଧକ ନହୁଏ ସେଥିପାଇଁ କୌଣସି ବ୍ୟାଙ୍କ ଶାଖା ଏବଂ ଏଟିଏମ୍‌ ଆଦିରୁ ଟଙ୍କା ଶେଷ ନହେବାକୁ ନିଶ୍ଚିତ କରାଯିବା ଉଚିତ ବୋଲି ଅର୍ଥ ବିଭାଗ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ କୁହାଯାଇଛି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ବାଳ ଆଜି ରିଜର୍ଭ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏହି ମର୍ମରେ ଚିଠି ଲେଖିଛନ୍ତି। ଏଥିସହିତ ଏହି ଚିଠିର ନକଲ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ତଥା ୟୁକୋ ବ୍ୟାଙ୍କର ସାଧାରଣ ପରିଚାଳକଙ୍କୁ ମଧ୍ୟ ଦିଆଯାଇଛି। ସବୁ ବ୍ୟାଙ୍କକୁ ଏ ସମ୍ପର୍କରେ ଅବଗତ କରିବା ପାଇଁ ଏସ୍‌ଏଲ୍‌ବିସିକୁ ଚିଠିରେ କୁହାଯାଇଛି।

ଓସାକ୍ସ ପକ୍ଷରୁ ନିର୍ଦେଶନାମା ଜାରି: ସ୍ବାସ୍ଥ୍ୟ କ୍ୟାମ୍ପ୍ କରିପାରିବେନି ଟିଆଇ ଓ ଏଲଡବ୍ଲୁଏସ୍
ଭୁବନେଶ୍ବର : ରାଜ୍ୟରେ କରୋନା(କୋଭିଡ୍-୧୯)ର ସଂକ୍ରମଣକୁ ନଜରରେ ରଖି ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ଟିଆଇ ଓ ଏଲ୍‌ଡବ୍ଲୁଏସ୍‌ମାନଙ୍କ ପକ୍ଷରୁ ହେବାକୁ ଥିବା ସମସ୍ତ ସ୍ବାସ୍ଥ୍ୟ କ୍ୟାମ୍ପକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ୪୧ଟି ଟିଆଇ ଓ ୬ଟି ଏଲଡବ୍ଲୁଏସ୍‌କୁ ଓସାକ୍ସ ପକ୍ଷରୁ ଏହି ଚିଠି ଦିଆଯାଇଛି। ଏହାବାଦ୍ ସମସ୍ତ ସମ୍ମିଳନୀ, କର୍ମଶାଳା ସମେତ ବାଇଓମେଟ୍ରିକ୍ ଉପସ୍ଥାନକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରୋନା ପାଇଁ ନଜରରେ ରଖି ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହାକୁ ପାଳନ କରିବା ଲାଗି କୁହାଯାଇଛି। ଜନସାଧାରଣଙ୍କ ଅବଗତି ପାଇଁ ପ୍ରମୁଖ ସ୍ଥାନମାନଙ୍କରେ ଏହି ନିର୍ଦ୍ଦେଶନାମାକୁ ଲଗାଇବା ପାଇଁ ଓସାକ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର