ବାହାର ରାଜ୍ୟ ଶ୍ରମିକଙ୍କୁ ଘରକୁ ପଠାଇବେ ଓଡ଼ିଶା ସରକାର

ଭୁବନେଶ୍ବର : କୋଭିଡ୍‌-୧୯ ଯୋଗୁଁ ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ଦିଗରେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଲୋକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ବାହାର ରାଜ୍ୟର କୌଣସି ପ୍ରବାସୀ ଶ୍ରମିକ ଯଦି ନିଜ ରାଜ୍ୟକୁ ଫେରିବାକୁ ଚାହୁଥାନ୍ତି, ତେବେ ସେମାନେ ଶ୍ରମିକ ସହାୟତା ହେଲ୍‌ପ ଲାଇନ୍‌ ନମ୍ବର ୧୮୦୦୩୪୫୬୭୦୩ କିମ୍ବା କୋଭିଡ୍‌-୧୯ ଓଡ଼ିଶା ରାଜ୍ୟ ପୋର୍ଟାଲ ‘covid19.odisha.gov.in’ ରେ ଯୋଗଯୋଗ କରିପାରିବେ। ନ ହେଲେ ସମ୍ପୃକ୍ତ ଜିଲ୍ଲାରେ ଥିବା କଣ୍ଟ୍ରୋଲ ରୁମ୍‌କୁ ମଧ୍ୟ ଯୋଗ‌ାଯୋଗ କରି ନିଜ ନାମ, ଗସ୍ତ ରାଜ୍ୟ/ଜିଲ୍ଲାର ସୂଚନା ଓ ମୋବାଇଲ୍‌ ନମ୍ବର ପଞ୍ଜୀକରଣ କରିପାରିବେ। ଜୁନ୍‌ ୨୪ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଆଜି ଆନ୍ଧ୍ରପ୍ରଦେଶର ତିରୁପତିରୁ ନୂଆପଡ଼ା ରୋଡ୍‌କୁ ଗୋଟିଏ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସିଥିବା ବେଳେ ବେଙ୍ଗାଲୁରୁରୁ ବାଲେଶ୍ବର ଅଭିମୁଖେ ଆଉ ଏକ ଟ୍ରେନ୍‌ ବାହାରିଛି। ଏହା ଆସନ୍ତାକାଲି ତଥା ଶନିବାର ବାଲେଶ୍ବରରେ ପହଞ୍ଚିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର