ଭୁବନେଶ୍ୱର : କେରଳରେ ଦେଖାଦେଇଥିବା ପ୍ରଳୟଙ୍କାରୀ ବନ୍ୟାରେ ବହୁ ଓଡ଼ିଆ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ଏମର୍ଜେନ୍ସି ଅପରେସନ୍ ସେଣ୍ଟର୍ ପକ୍ଷରୁ ପାଣି ଘେରରେ ଥିବା ଓଡ଼ିଆ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେରଳ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇ ଏହି ତାଲିକା ପ୍ରଦାନ କରାଯାଇଛି। ଏଥିରେ ୬୯ ଜଣଙ୍କ ଓଡ଼ିଆଙ୍କ ନାମ ସହ ସେମାନଙ୍କ ଯୋଗାଯୋଗ ନମ୍ବର ଓ କେରଳରେ ରହୁଥିବା ସ୍ଥାନ ମଧ୍ୟ ଦର୍ଶାଯାଇଛି। ସେମାନଙ୍କୁ ଖାଦ୍ୟ, ପିଇବା ପାଣି ଓ ଅନ୍ୟାନ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ୟା ଯୋଗୁଁ ଅଟକି ରହିଥିବା ଓଡ଼ିଆ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିସନ୍ କାର୍ଯ୍ୟାଳୟ ପକ୍ଷରୁ ହେଲ୍ପ୍ ଲାଇନ୍ ନଂ-୧୦୭୦ ଓ ୦୬୭୪-୨୫୩୪୧୭୭ ଜାରି କରାଯାଇଛି। କେରଳ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି ଓ ସେଠାରେ ଥିବା ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।