ଓଡ଼ିଶା ଗ୍ରାମ ରୋଜଗାର ସେବକ ସ˚ଘ ଧାରଣା ୬୧ ଦିନରେ

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ଗ୍ରାମ ରୋଜଗାର ସେବକ ସ˚ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୬୧ଦିନରେ ପହଞ୍ଚିଛି। ଦାବି ପୂରଣ ପାଇଁ ଆଜି ସଂଘର କାର୍ମକର୍ତ୍ତାମାନେ ରାସ୍ତାରେ ମକର ପୂଜା କରିଥିଲେ। ଏଭଳି ଅଭିନବ ଉପାୟରେ ଜିଆର୍‌ଏସ୍‌ କର୍ମୀ ପ୍ରତିବାଦ ଜଣାଇଥିଲେ। ପରେ ପରେ ସଂଘ ସଭାପତି ପ୍ରଭାତ ତିୱାରୀଙ୍କ ନେତୃରେ ରାଜ୍ୟ ସ˚ଗଠନ ସମ୍ପାଦକ ଅଜୟ କୁମାର ଜେନା, ଜହ୍ନବୀ ଦାଶ, ରମାକାନ୍ତ ଲେଙ୍କାଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ବିଭାଗୀୟ ସଚିବଙ୍କୁ ଭେଟି ଦାବି ଉପରେ ଆଲୋଚନା କରିଥିଲେ। ତେବେ ଏହି ବହିଷ୍କାର ନିର୍ଦେଶକୁ ପ୍ରତ୍ୟାହାର କାରାଯାଉ ବୋଲି ସଂଘ ଆଲୋଚନା ସମୟରେ ଦାବି କରିଥିଲା। ମନ୍ତ୍ରୀ ଓ ସଂଘର କର୍ମକର୍ତ୍ତାଙ୍କୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ନଥିଲା। ଆଲୋଚନା ବିଫଳ ହୋଇଥିଲା। ଦାବି ଉପରେ ବିଚାର ପାଇଁ ମନ୍ତ୍ରୀ ଆଉ ୭ଦିନ ସମୟ ମାଗିଥିଲେ। ଯେପର୍ଯ୍ୟନ୍ତ ସରକାର ଜିଆରଏସ୍‌ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର