ବ୍ୟାଙ୍କ ଧର୍ମଘଟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସାମିଲ୍‌

ଭୁବନେଶ୍ବର : ୟୁନାଇଟେଡ୍ ଫୋରମ୍ ଅଫ୍‌ ବ୍ୟାଙ୍କ ୟୁନିଅନ୍ ଆନୁକୂଲ୍ୟରେ ଚାଲିଥିବା ବ୍ୟାଙ୍କ ଧର୍ମଘଟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସାମିଲ୍‌ ହୋଇଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଫିସର୍ସ ସଂଘ ପକ୍ଷରୁ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଓ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ସଂଘର ସଭାପତି ପ୍ରଦୀପ କୁମାର ମିଶ୍ର, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସହ ସାଧାରଣ ସମ୍ପାଦକ ଶ୍ରୀକୁମାର ସାହୁଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରକାଶ ମିଶ୍ର, ପ୍ରଦ୍ୟୁମ୍ନ ମହାପାତ୍ର, ସାର୍ଥକ ଆଚାର୍ଯ୍ୟ, ବିରଜା ପ୍ରସାଦ କର, ବିପିନ ବିହାରୀ ପ୍ରଧାନ, ଓମ୍‌କାର ବେହେରା, ପ୍ରଶାନ୍ତ ମେହେର ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର