ଆମେରିକାର କେନେଡି ସେଣ୍ଟରରେ ସ୍ଥାନ ପାଇଲା ଓଡ଼ିଶାର ବୟନଶିଳ୍ପ

ଭୁବନେଶ୍ବର:  ଆମେରିକାର କେନେଡି ସେଂଟରରେ ସ୍ଥାନ ପାଇଲା ଓଡ଼ିଶାର ବୟନଶିଳ୍ପ । ଓଡ଼ିଆ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ରଙ୍କ ଡିଜାଇନ୍ ଆମେରିକା ୱାଶିଂଟନରେ ଥିବା କେନେଡି ସେଂଟରରେ ସ୍ଥାନ ପାଇଛି । ଫ୍ୟାସନ୍ ଓ କଷ୍ଟ୍ୟୁମ୍ ଡିଜାଇନକୁ ନେଇ ଗୋଟିଏ ସପ୍ତାହରେ ଆମେରିକାରେ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲା ।

ପ୍ରଥମଟି ଏକ ସିନେମାଟିକ୍ ରନ୍ୱେ ସୋ’ ଓ ଅନ୍ୟଟି ନଭେମ୍ବର ୬ ତାରିଖରେ ୱାଶିଂଟନ ନେସନାଲ ଅପେରା କନ୍ସର୍ଟରେ ପ୍ରଦର୍ଶିତ ହୋଇଥିଲା । ଏଥିପାଇଁ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର ପୋଷାକ ତିଆରି କରିଥିଲେ । ଓଡ଼ିଶାର ବୟନ ଶିଳ୍ପକୁ ଆମେରିକାରେ ସ୍ଥାନ ଦେଇଥିବାରୁ ବିଭୁ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଓଡ଼ିଶାର ବୟନ ଶିଳ୍ପ ଅଧିକ ଲୋକପ୍ରିୟ ହେବା ସହ ବିଶ୍ୱସ୍ତରରେ ପହଞ୍ଚିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର