ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟ ହିତାଧିକାରୀମାନଙ୍କୁ ଶତପ୍ରତିଶତ ଚାଉଳ ଯୋଗାଣ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏହି ପତ୍ରରେ କୁହାଯାଇଛି, ଓଡ଼ିଆ ଲୋକଙ୍କ ମୁଖ୍ୟ ଖାଦ୍ୟ ଭାତ। ତେଣୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗହମ ଯୋଗାଣ ଯଥାର୍ଥ ନୁହେଁ। ଏଥିଯୋଗୁଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି। କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ନଦେଇ ମାସିକ ଆବଣ୍ଟନର ୮୬ ପ୍ରତିଶତ ଚାଉଳ, ୧୪ ପ୍ରତିଶତ ଗହମ ଦେଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୯୩.୧୮ ଲକ୍ଷ ହିତାଧିକାରୀ ପରିବାରଙ୍କ ୩୨୫୪ କୋଟି ହିତାଧିକାରୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ବାସ କରନ୍ତି। ଯେଉଁଠାରେ ପର୍ଯ୍ୟାପ୍ତ ପରିମାଣରେ ଅଟାକଳ ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଖାଦ୍ୟ ସୁରକ୍ଷାର ନିର୍ଦେଶନାମା ପୂରଣ ହୋଇ ପାରୁନାହିଁ। ପୂର୍ବରୁ ଅନେକ ଥର ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହିତାଧିକାରୀଙ୍କ ଚାହିଦା ଅନୁସାରେ ଗହମ ବଦଳରେ ଚାଉଳ ଯୋଗାଣ ପାଇଁ ଅନୁରୋଧ କରାଯାଇଛି। ଅପରପକ୍ଷରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ, ତେଲେଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ର ସରକାର ଶତପ୍ରତିଶତ ଚାଉଳ ଯୋଗାଇ ଦେଉଛନ୍ତି। ପଞ୍ଜାବ, ରାଜସ୍ଥାନ ଭଳି ମୁଖ୍ୟ ଗହମ ବ୍ୟବହାରକାରୀ ରାଜ୍ୟକୁ ଶତପ୍ରତିଶତ ଗହମ ଯୋଗାଇ ଦେଉଛନ୍ତି। ହରିୟାଣା ରାଜ୍ୟକୁ କେନ୍ଦ୍ର ପକ୍ଷରୁ ୬୭ ପ୍ରତିଶତ ଗହମ, ବାକି ୩୩ ପ୍ରତିଶତ ସେହି ରାଜ୍ୟ ଦ୍ବାରା ସଂଗୃହୀତ ଅନ୍ୟ ଖାଦ୍ୟ ଶସ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଛି। ଚାଉଳ ଏବଂ ଗହମର ଅନୁପାତ ପରିବର୍ତ୍ତନ ପାଇଁ ଫେବ୍ରୁଆରି ୧୮ ତାରିଖରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ସଚିବ ବୀରବିକ୍ରମ ଯାଦବ ମଧ୍ୟ ଭାରତ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ସଚିବଙ୍କୁ ଚିଠି ଦେଇଥିଲେ ମଧ୍ୟ ଏସଂକ୍ରାନ୍ତରେ କୌଣସି ପଦକ୍ଷେପ ନିଆଯାଇନାହିଁ।
ଶତପ୍ରତିଶତ ଚାଉଳ ଯୋଗାଣ ପାଇଁ ପୁଣି ଦାବି କଲା ଓଡ଼ିଶା: ୫ ରାଜ୍ୟକୁ ଶତପ୍ରତିଶତ ଆମକୁ କାହିଁକି ନୁହେଁ
କେନ୍ଦ୍ରକୁ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଚିଠି
/sambad/media/post_attachments/wp-content/uploads/2021/02/BNJ-BJ-dhana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)