‘ଓଡ଼ିଶା ସମଗ୍ର ଦୁନିଆକୁ ଏକ କରିବାର କ୍ଷମତା ରଖେ’

ବିଶ୍ବମ୍ଭର ବିଦ୍ୟାପୀଠର ପ୍ଲାଟିନମ୍‌ ଜୁବିଲି ଉଦ୍‌ଯାପିତ

ପୁରୀ: ଜଳ, ବାୟୁ, ଅଗ୍ନି, ପୃଥିବୀ, ଆକାଶ ପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ସମାହିତ। ପ୍ରଭୁ ଯଦି ନିଜେ ପଞ୍ଚଭୂତ, ତେବେ ପଞ୍ଚଭୂତରେ ଗଢ଼ା ଆମ ଶରୀର ତାଙ୍କର ହିଁ ଅଂଶ‌ବିଶେଷ। ତେଣୁ ଏଠାରେ ପାତର ଅନ୍ତରର ପ୍ରଶ୍ନ ହିଁ ନାହିଁ। ବ୍ରହ୍ମାଣ୍ଡରେ ଓଡ଼ିଶା ଏକମାତ୍ର ପ୍ରଦେଶ, ଯିଏ ସମଗ୍ର ଦୁନିଆକୁ ଏକ କରିବାର କ୍ଷମତା ରଖେ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ବିଶ୍ବମ୍ଭର ବିଦ୍ୟାପୀଠର ପ୍ଲାଟିନମ୍‌ ଜୁବିଲିର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ୍‌ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଆଇପିଏସ୍‌ ସତ୍ୟଜିତ ମହାନ୍ତି, , ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। । ଅଧିବକ୍ତା ଆଲୁମିନି ବିଭୁପ୍ରସାଦ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ସ୍କୁଲ୍‌ର ପ୍ରଧାନ ଶିକ୍ଷକ ସୁଶିଲ କୁମାର ବ୍ରହ୍ମା ଏବଂ ବିଶ୍ବମ୍ଭର ବିଦ୍ୟାପୀଠ ଆଲୁମିନି ସଂଘ ଟ୍ରଷ୍ଟର ସଭାପତି ଟି.ବାନାମ୍ବର ପାତ୍ର ବକ୍ତବ୍ୟ ରଖିଥିବା ବେଳେ ସମ୍ପାଦକ ସୌମେନ୍ଦ୍ର ଦାସ ମଞ୍ଚାସୀନ ଥିଲେ। ଏହି ଅବସରରେ ରାଜ୍ୟପାଳ ବିଦ୍ୟାଳୟର ସ୍ମରଣିକା ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର