ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କ ଲଗାତାର ଉଦ୍ୟମ ଓ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ସୁବନ୍ଦୋବସ୍ତ ଯୋଗୁଁ ଆଜି ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୩୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୪୩୨ରେ ପହଂଚିଛି ।
Sambad is now on WhatsApp
Join and get latest news updates delivered to you via WhatsApp
Happy to share that in the fight against Covid, Odisha has recorded the highest single day recovery with the discharge of 4388 Covid patients today.
The total recovered cases of Odisha now stand at 165432.
744 from Khordha
496 from Cuttack
183 from Puri
179 from Nuapada— H & FW Dept Odisha (@HFWOdisha) September 25, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୪୯୬ ଜଣ, ପୁରୀ ଜିଲ୍ଲାରୁ ୧୮୩ ଜଣ, ନୂଆପଡ଼ା ଜିଲ୍ଲାରୁ ୧୭୯ ଜଣ, ବରଗଡ଼ ଜିଲ୍ଲାରୁ ୧୭୪ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୬୭ ଜଣ, ଯାଜପୁର ଜିଲ୍ଲାରୁ ୧୫୯ ଜଣ, ଅନୁଗୁଳ ଜିଲ୍ଲାରୁ ୧୪୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୨ ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୮ ଜଣ, କନ୍ଧମାଳ ଜିଲ୍ଲାରୁ ୧୨୬ ଜଣ, ଜଗତସିଂହପୁର, ନବରଙ୍ଗପୁର ଜିଲ୍ଲାରୁ ୧୧୫ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୧୧୪ ଜଣ, ମୟୂରଭଂଜ ଜିଲ୍ଲାରୁ ୧୦୯ ଜଣ, ବୌଦ୍ଧ ଜିଲ୍ଲାରୁ ୧୦୧ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
88 from Koraput
73 from Keonjhar
57 from Dhenkanal
56 from Sonepur
49 from Ganjam
47 from Bolangir
44 from Nayagarh
43 from Kalahandi
40 from Malkangiri
32 from Gajapati
10 from Deogarh
326 from State— H & FW Dept Odisha (@HFWOdisha) September 25, 2020
ସେହିପରି ଭଦ୍ରକ ଜିଲ୍ଲାରୁ ୮୯ ଜଣ, କୋରାପୁଟ ଜିଲ୍ଲାରୁ ୮୮ ଜଣ, କେନ୍ଦୁଝର ଜିଲ୍ଲାରୁ ୭୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୭ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୬ ଜଣ, ଗଂଜାମ ଜିଲ୍ଲାରୁ ୪୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୭ ଜଣ, ନୟାଗଡ଼ ଜିଲ୍ଲାରୁ ୪୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ ଜଣ, ମାଲକାନଗିରି ଜିଲ୍ଲାରୁ ୪୦ ଜଣ, ଗଜପତି ଜିଲ୍ଲାରୁ ୩୨ ଜଣ, ଦେବଗଡ଼ ଜିଲ୍ଲାରୁ ୧୦ ଜଣ ଓ ରାଜ୍ୟପୁଲରୁ ୩୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।